ଐତିହାସିକ ପ୍ୟାଲେସରେ ବିରାଜିବେ ମା’ ଦୁର୍ଗା

ଭୁବନେଶ୍ୱର: ଦୁଇ ବର୍ଷର ବ୍ୟବଧାନ ରେ ଏଥରେ ମଣ୍ଡରେ ବିରାଜିବେ ମା ଜଗଜ୍ଜନନୀ ଦୁର୍ଗା । ଚଳିତବର୍ଷ ମା ଙ୍କ ଦୁର୍ଗାଙ୍କ ପୂଜାକୁ ବେଶ ଆଡମ୍ବର ସହକାରେ ପାଳନ କରିବାକୁ ରାଜଧାନୀ ସବୁ ପୂଜା କମିଟି ସଜବାଜ ହୋଇଗଲେଣି । ଏମିତିି ମୃର୍ତ୍ତି ତିଆରିଠାରୁ ଆରମ୍ଭ କରି ତୋରଣ ବନ୍ଧା କାମ ବିଆରମ୍ଭ ହୋଇଗଲାଣି । ଏଣୁ ଚକେଇସିଆଣି ଦୁର୍ଗାୂଜା କମିଟି ପ୍ରସ୍ତୁତ ଆରମ୍ଭ କରିଛି । ଏଥର ଏଠାରେ ମା’ ଦୁର୍ଗା ଗୋଆ ପ୍ୟାଲେସରେ ଝଟକିବେ ।

ତେଣୁ ଦୁର୍ଗା ପୂଜା ସମିତି , ଗ୍ରାମ୍ୟ କମିଟି ଓ ଗାଁର ଅନ୍ୟାନ୍ୟ ସବୁ ସଙ୍ଗଠନ ଏକାଠି ହୋଇ ଲାଗିପଡିଛନ୍ତି । ଦୀର୍ଘ ୨୨ ବର୍ଷ ଧରି ହୋଇ ଆସୁଥିବା ଏହି ପୂଜାରେ ଏଥର ୬୦ ଫୁଟ ଉଚ୍ଚା ଓ ୪୫ ଫୁଟ ଛଉଡାର ସୁଦୃଶ୍ୟ ଗୋଆର ପ୍ୟାଲେସ ନିର୍ମାଣ କରାଯାଉଛି । ଏଥିାଇଁ ବଙ୍ଗୀୟ କରିଗର ଲାଗିଡିଛନ୍ତି । ୩୦ ଜଣ କୁଶଳୀ କାରିଗର ଏହି ପ୍ୟାଲେସର ମଡେଲ ନିର୍ମାଣ ରିବାରେ ନିୟୋଜିତ ହୋଇଛନ୍ତି । ଏଥର ପୂଜା ବଜେଟ ୧୫ ଲକ୍ଷ ରହିଛି । ମା ଙ୍କୁ ରୂପା ଗହଣାରେ ସୁନ୍ଦର ଭାବେ ସଜାଇ ଦିଆଯିବ ।

Comments are closed.