ବାହାଘରରେ ବିଳମ୍ବ ହେଉଛି କି ? ତେବେ କରନ୍ତୁ ଏହି ଉପାୟ

ବାହାଘରକୁ ନେଇ ଅନ୍ୟକ ପୁଅଝିଅଙ୍କ ଅସୁବିଧା ରହିଛି । ଯଦି କୁଣ୍ଡଳୀରେ ବୃହଷ୍ପତି ଅଶୁଭ ସ୍ଥାନରେ ରହିଥାନ୍ତି ତେବେ ବିବାହରେ ବହୁତ ସମସ୍ୟା ଉପୁଜିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି । କିନ୍ତୁ ବୃହଷ୍ପତି ଗ୍ରହଙ୍କ ଦୋଷକୁ ଦୂର କରିବା ପାଇଁ କେତେକ ଉପାୟ ରହିଛି । ଏହି ଉପାୟ ଯଦି ଗୁରୁ ପୁଷ୍ୟର ଶୁଭ ମୁହୂର୍ତ୍ତରେ କରାଯିବ ତେବେ ମନସ୍କାମନା ଖୁବ୍ ଶୀଘ୍ର ପୂର୍ଣ୍ଣ ହେବ । ଅନ୍ୟପଟେ ଯଦି କାହାର ବିବାହରେ ବିଳମ୍ବ ହେଉଥାଏ ଏଥିପାଇଁ ଘରର ବାସ୍ତୁ ଦୋଷ କେତେକାଂଶରେ ଦାୟୀ ବୋଲି ବିଶ୍ୱାସ କରାଯାଏ। ଘରେଥିବା ଛୋଟଛୋଟ ବାସ୍ତୁ ଦୋଷ ଦୂର କରି ଏହି ସମସ୍ୟାରୁ ମୁକ୍ତି ପାଆନ୍ତୁ। ଜାଣନ୍ତୁ କ’ଣ କଲେ ବିବାହ ଶୀଘ୍ର ହେବା ସହ, ଭଲ ଜୀବନସାଥୀ ମିଳିବ ।

-: ବିବାହରେ ବିଳମ୍ବ ହେଉଥିବା ଯୋଗ୍ୟ ଝିଅ-ପୁଅ ଏକରୁ ଅଧିକ କବାଟ , ଝରକା ଥିବା ଘରେ ଶୁଅନ୍ତୁ ନାହିଁ , ଅନ୍ଧାର କିମ୍ବା ଛାତର ବିମ୍‌ ତଳେ ମଧ୍ୟ ଶୁଅନ୍ତୁ ନାହିଁ।

-: ବାସ୍ତୁଶାସ୍ତ୍ରଅନୁଯାୟୀ, ବିବାହ ଯୋଗ୍ୟ ଝିଅ-ପୁଅ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ଶୋଇବା ଉଚିତ ନୁହେଁ। ଏପରି କରୁଥିଲେ ଭଲ ପ୍ରସ୍ତବ ଆସି ନ ଥାଏ ଏବଂ ବିବାହ ଅଟକି ଥାଏ। ସେଥିପାଇଁ ଉତ୍ତର-ପୂର୍ବରେ ଦିଗରେ ଶୁଅନ୍ତୁ।

-: ବିବାହ ଜନିତ କଥା ହେଉଥିବା ବେଳେ ସର୍ବଦା ପୂର୍ବ ଦିଗକୁ ଚାହାନ୍ତୁ। ଏବଂ କଳା ରଙ୍ଗ ପୋଷାପ ପିନ୍ଧନ୍ତୁ ନାହିଁ।

-: ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦିଆ କପଡା ରଖି ଦେବଗୁରୁ ବୃହସ୍ପତି ଏବଂ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ । ଯଦି ଏହା ସମ୍ଭବପର ନୁହେଁ ତେବେ କଦଳୀ ପତ୍ରରେ ମଧ୍ୟ ଉଭୟ ଭଗବାନଙ୍କ ପ୍ରତିମା ସ୍ଥାପିତ କରିପାରିବେ ।

-: ଗାଈ କ୍ଷୀରରେ ବୃହସ୍ପତି ଓବିଷ୍ଣୁଙ୍କ ଅଭିଷେକ କରି ହଳଦିଆ ଫୁଲ, ହଳଦିଆ ଚନ୍ଦନ, ଗୁଡ, ଚଣାଡାଲି, ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ।

-: ଏହିଭଳି ପୂଜା କରିବା ପରେ ଦେବଗୁରୁ ବୃହସ୍ପତି ଏବଂ ଭଗବାନ ବିଷ୍ଣୁଙ୍କ ଆରତି ଗାଈର ଶୁଦ୍ଧ ଘିଅରେ ଦୀପ ଲଗାଇ କରନ୍ତୁ ।

-: ଏହିଭଳି ଗୁରୁ ପୁଷ୍ୟ ଯୋଗରେ ପୂଜା କରିବା ଦ୍ବାରା ଗୁରୁର ଅଶୁଭ ପ୍ରଭାବ ଟଳିଥାଏ ଏବଂ ଶୁଭ ଫଳ ମିଳିବାକୁ ଲାଗିଥାଏ । ଏହାସହ ବିବାହର ଯୋଗ ମଧ୍ୟ ପଡିବାକୁ ଲାଗିଥାଏ ।

-: ଭଗବାନଙ୍କୁ ପ୍ରସାଦରେ ହଳଦିଆ ରନ୍ଧାଖାଦ୍ୟ ଏବଂ ହଳଦିଆ ଫଳ ଅର୍ପଣ କରନ୍ତୁ ।

Comments are closed.