ଷ୍ଟ୍ରେଚ ମାର୍କରୁ କିପରି ପାଇବେ ମୁକ୍ତି? ଜାଣନ୍ତୁ

ମହିଳାଙ୍କ ଜୀବନରେ ଗର୍ଭଧାରଣା ଏକ ସ୍ମରୀଣୀୟ ହୋଇଥାଏ, କିନ୍ତୁ ପ୍ରସବ ପରେ ପେଟ କମିବାରୁ ଦେଖଯାଉଥିବା ଷ୍ଟ୍ରେଚ୍ ମାର୍କ ନାରୀର ସୁନ୍ଦରତାକୁ ହ୍ରାସ କରିଥାଏ । ତେଣୁ ଏଥିପାଇଁ ଚିନ୍ତିତ ହେବା ସ୍ୱାଭାବିକ କଥା । ପୂର୍ବ କାଳରେ ଏସବୁର ଏତେ ସମାଧାନ ନଥିଲା । କିନ୍ତୁ ଏବେ ବିଭିନ୍ନ ପ୍ରକାରର ଔଷଧ ମିଳୁଛି । ଏଥିପାଇଁ ଅନେକ ମହିଳା ଷ୍ଟ୍ରେଚ୍ ମାର୍କରୁ ମୁକ୍ତି ପାଇବା ପାଇଁ ମହଙ୍ଗା କ୍ରିମ୍ କିଣିଥାନ୍ତି, ଯେଉଁଥିରେ ସେମାନେ ଅଧିକ ଅର୍ଥ ଖର୍ଚ୍ଚ କରନ୍ତି । ତେବେ ଯେ କେବଳ ଆପଣ ଔଷଧ ବ୍ୟବହାର କଲେ ଏହା ଭଲ ହୋଇଯିବ ତାହା ନୁହେଁ ବରଂ ଘରୋଇ ଉପାୟରେ ମଧ୍ୟ ଏଥିରୁ ଆପଣଙ୍କୁ ମୁକ୍ତି ମଳିବ । କିନ୍ତୁ ବିଶେଷ କଥା ହେଉଛିଯେ ଆପଣ ଏହି ଉପାୟକୁ ପ୍ରତିଦିନ କରିବା ଉଚିତ । ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଷ୍ଟ୍ରେଚ୍ ମାର୍କ ଉପରେ ଅଲିଭ୍ ତେଲ, କ୍ୟାଷ୍ଟର ତେଲ ଏବଂ ନଡିଆ ତେଲ ଆଦି ବ୍ୟବହାର କରିପାରିବେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଚିନି ଦ୍ୱାରା ଆପଣ ଷ୍ଟ୍ରେଚ ମାର୍କକୁ ଦୂରେଇ ପାରିବେ । ଏଥିପାଇଁ ଆପଣ ଚିନି, ବାଦାମ ତେଲ ଓ ଲେମ୍ବୁକୁ ମକ୍ଟଳର କରି ଦାଗ ଥିବା ସ୍ଥାନରେ ଲଗାନ୍ତୁ । ୧୫ ମିନିଟ୍ ପରେ ଏହାକୁ ଧୋଇନିଅନ୍ତୁ । ବାସ୍ କିଛି ଦିନରେ ହିଁ ଆପଣ ଏହାର ପାର୍ଥକ୍ୟ ଦେଖିପାରିବେ ।

ସୌନ୍ଦର୍ଯ୍ୟତା ଏବଂ ସ୍ୱାସ୍ଥ୍ୟ ପାଇଁ ଆଲୋବେରା ଜେଲ୍ ଖୁବ୍ ଫାଇଦା ହୋଇଥାଏ । ଏହାଦ୍ୱାରା ବି ଆପଣ ଷ୍ଟ୍ରେଚ୍ ମାର୍କ ସମସ୍ୟାକୁ ଦୂର କରି ପାରିବେ । ସେଥିପାଇଁ ଏହି ଜେଲକୁ ଷ୍ଟ୍ରେଚ୍ ମାର୍କ ସ୍ଥାନରେ ଲଗାଇ ୧୫ ମିନିଟ୍ ପରେ ପାଣିରେ ଧୋଇ ଦିଅନ୍ତୁ ।

ଏହାବ୍ୟତିତ ଆପଣ ଆଳୁ ସାହାଯ୍ୟରେ ମଧ୍ୟ ଷ୍ଟ୍ରେଚ୍ ମାର୍କ ଦୂର କରିପାରିବେ । ସେଥିପାଇଁ ଆପଣ ଆଳୁକୁ ଛେଚି ରସ ବାହାର କରି ନିଅନ୍ତୁ । ସେହି ରସକୁ ଷ୍ଟ୍ରେଚ୍ ମାର୍କ ସ୍ଥାନରେ ଲଗାନ୍ତୁ । ଏହିଭଳି ଲଗାତର ୩ ରୁ ୪ ସପ୍ତାହ ଲଗାଇବା ଦ୍ୱାରା ସହଜରେ ଦାଗ ଦୂର ହୋଇଯାଇଥାଏ ।

ସେହିପରି ଅଣ୍ଡାର ଧଳା ଭାଗକୁ ଷ୍ଟ୍ରେଚ ମାର୍କରେ ଲଗାଇବା ଦ୍ୱାରା ଦାଗ କମ୍ ହୋଇଥାଏ । ଆପଣଙ୍କୁ ଅଣ୍ଡାକୁ ଭଲ ଭାବରେ ଫଟାଇ ଧଳା ଭାଗକୁ ଲଗାଇବା ଜରୁରୀ । ପରେ ଏହାକୁ ଧୋଇ ସେଥିରେ ମଶ୍ଚରାଇଜର କିମ୍ବା ଅଲିଭ୍ ତେଲ ଲଗାନ୍ତୁ ।

Comments are closed.