ଫ୍ରଡଙ୍କ ଆକାଉଣ୍ଟ ବ୍ଲକ କଲା ସାଇବର ସେଲ୍

ଭୁବନେଶ୍ୱର,୧୫ ।୧: ଦିନକୁ ଦିନ ଅନଲାଇନ୍ ଠକେଇ ବଢିବାରେ ଲାଗିଛି । ଫୋନ୍ ପେ, ଗୁଗୁଲ ପେ ବା ସିଧାସଳଖ ଆକାଉଣ୍ଟରୁ ଟଙ୍କା ଲୁଟୁଛନ୍ତି ଦୁର୍ବୃତ୍ତ । ଠକେଇ ରୋକିବା ପାଇଁ ପୋଲିସ ଅଭିନବ ଉପାୟ ଆପଣେଇଥିବା ବେଳେ ସାଇବର ସେଲକୁ ମିଳିଛି ପୁଣି ସଫଳତା । ଲୁଟେରାଙ୍କ ଠାରୁ ଫେରିବ ୧୯ ହଜାର ଟଙ୍କା ।

ତେବେ କେସୁରାର ଜଣେ ମହିଳାଙ୍କଠାରୁ ପ୍ରାୟ ୨.୫୮ ଲକ୍ଷ ଟଙ୍କା ଦୁବୃର୍ତ୍ତମାନେ ଲୁଟିନେଇଥିଲେ । ସାଇବର ଠକେଇ ନେଇ ସହିଦ ନଗର ଥାନାରେ ମହିଳା ଜଣକ ଅଭିଯୋଗ କରିଥିଲେ । ଏହି ମାମଲାରେ ଠକଙ୍କ ଗୋଟିଏ ଆକାଉଣ୍ଟକୁ ବ୍ଲକ କରିବାରେ ସାଇବର ସେଲ୍ ସଫଳ ହୋଇଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

Comments are closed.