ସବୁ ନକଲି : କଟକରେ ପୁଣି ନକଲି ଜର୍ଦ୍ଦା ଜବତ

କଟକ , ୧୫ା୧ : କଟକ ସଦର ଅଞ୍ଚଳରୁ ବିପୁଳ ପରିମାଣର ବିଷାକ୍ତ ଗୁଣ୍ଡି ବା ନକଲି ଜର୍ଦା ଜବତ କଲା ପୋଲିସ । ସାସୋଳ ଗାଁରୁ ପ୍ରାୟ ୧୦ କୁଇଣ୍ଟାଲ ବିଷାକ୍ତ ଗୁଣ୍ଡି ଜବତ କରିଛି । ପୋଲିସ ଏହି ଘଟଣାରେ ଜଣକୁ ଅଟକ ରଖିଥିବା ବେଳେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରଖିଛି । ତେବେ ସାସୋଳ ଅଞ୍ଚଳରେ ନକଲି ଜର୍ଦା କମ୍ପାନୀ ଚାଲିଥିବା ନେଇ ପୋଲିସ ସୂଚନା ପାଇବା ପରେ ଚଢଉ କରିଥିଲା । ଏଠାରେ ନକଲି ଜର୍ଦା ପ୍ରସ୍ତୁତ ହୋଇ କଟକ ସହରର ବିଭିନ୍ନ ସ୍ଥାନକୁ ଯାଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଗୁଣ୍ଡିରେ କଥା ଗୁଣ୍ଡ ମିଶା ଯାଉଥିବା ଖବର ମିଳିଥିଲା । ଏକାସାଙ୍ଗରେ ୩ଟି ଗୋଦାମରେ ଚଢଉ ହୋଇଥିଲା ।

ତେବେ କଟକ ସହରରେ ଗତକିଛି ଦିନ ହେବ ନକଲି ବା ଭେଜାଲ ମାଲ ଜବର କରାଯାଇଛି । ଏତେ ଭେଜାଲ ଯେ, ଏହାକୁ ନେଇ ଲୋକମାନେ ମଧ୍ୟ ଚିନ୍ତାରେ ପଡିଛନ୍ତି । ଟିଭି ଖୋଲିଲେ, ମୋବାଇଲ ଦେଖିଲେ କୁତ୍ସିତ କାରବାରର ଏ କଳା କାହାଣୀ ଲୋକଙ୍କୁ ଡରାଇ ଦେଉଛି । ରୋଷେଇ ଘରଠୁ ଆରମ୍ଭ କରି ନକଲି ଘିଅ. ନକଲି ହଳଦୀ, ନକଲି ମସଲା ଘଟଣା ସାମ୍ନାକୁ ଆସିଛି ।

Comments are closed.