ଟ୍ରେନ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

ବାଲେଶ୍ୱର(ଲଷ୍ମୀଧର ପ୍ରଧାନ) : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅର୍ନ୍ତଗତ ନୂଆ ଗାଁ ରେଳ ଷ୍ଟେସନରେ ଟ୍ରେନ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ରାସଗୋବିନ୍ଦପୁର ପଞ୍ଚାୟତ ର ଅଁଳା ପଞ୍ଚାୟତ ତେନ୍ତୁଳିଗାଁ ଗ୍ରାମର ସ୍ବର୍ଗତ ବୁଦ୍ଧିଆ ଦଳେଇ ଙ୍କ 60 ବର୍ଷର ସ୍ତ୍ରୀ ସୁକାନ୍ତି ଦଳେଇ ।ସୂଚନା ଅନୁସାରେ ମୃତକ ଙ୍କ ଏକମାତ୍ର ପୁଅ ଛଅ ମାସ ଆଗରୁ ସଡ଼କ ଦୁର୍ଘଟଣାରେ ଅକର୍ମଣ୍ୟ ହୋଇପଡ଼ିବା ପରେ ମା ସୁକାନ୍ତି ମାନସିକ ଭାରସାମ୍ୟ ହରାଇ ଅର୍ଦ୍ଧପାଗଳ ଭାବରେ ଏଣେତେଣେ ଘୂରି ବୁଲୁଥିଲେ। ଏବଂ ଗତକାଲି ସନ୍ଧ୍ୟାରେ ନୂଆଗାଁ ଷ୍ଟେସନ ପ୍ଲାଟଫର୍ମ ନିକଟରେ ଟ୍ରେନ ଧକ୍କାରେ ମୃତ୍ୟୁ ବରଣ କରିଛନ୍ତି। ତେବେ ମା ର ମୃତ୍ୟୁବରଣ କୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଜିଆରପି ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

Comments are closed.