କରୋନା ସଂକ୍ରମିତ ହେଲେ ସୌରଭ ଗାଙ୍ଗୁଲି !

ନୁଆଦିଲ୍ଲୀ : କରୋନା ସଂକ୍ରମିତ ହେଲେ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି | ଦେଶରେ ଓମିକ୍ରନ୍ ବଢୁଥିବା ମାମଲା ମଧ୍ୟରେ ଗାଙ୍ଗୁଲିଙ୍କ ସଂକ୍ରମଣ ଏକ ଚିନ୍ତାର ବିଷୟ । ସୋମବାର ରାତିରେ ତାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି | କରୋନା ସଂକ୍ରମିତ ହେବା ପରେ ଗାଙ୍ଗୁଲିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୪୯ ବର୍ଷିୟ ଗାଙ୍ଗୁଲି ଗୋଟିଏ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଡାକ୍ତରଖାନାରେ ଭର୍ତ୍ତ ହୋଇଛନ୍ତି। ଏହାପୂର୍ବରୁ ଜାନୁଆରୀ ମାସରେ ହୃଦଘାତ ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେ କରୋନା ଟିକା ଦୁଇଟି ଡୋଜ୍ ନେଇସାରିଛନ୍ତି। ତାଙ୍କର କରୋନା ର ସାଧାରଣ ଲକ୍ଷଣ ଦେଖା ଦେଇଥିବା ଜଣା ପଡିଛି ।

Comments are closed.