ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର : ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ ବାବୁ | ବ୍ରହ୍ମପୁର ଗ୍ରାମୀଣ କାର୍ଯ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ବଇଁଶୀଧର ସେଠୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତାଙ୍କ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି । ବ୍ରହମ୍ପୁର ଶକ୍ତିନଗର ଦ୍ୱିତୀୟ ଲେନ୍ ସ୍ଥିତ ତିନି ମହଲା ବିଲ୍ଡିଂ ସହିତ ପୋଲସରା ଚିରିକିପଡା ଶାସନ ସ୍ଥିତ ପୈତୃକ ଘର, ବ୍ରହ୍ମପୁର ଲୋଚପଡା ସ୍ଥିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ତେବେ ଏହି ଚଢାଉରେ ୨ ଜଣ ଡିଏସପି, ୬ ଇନ୍ସପେକ୍ଟର ସାମିଲ ରହିଥିବା ଜଣାପଡିଛି । ହେଲେ କନିଷ୍ଠ ଯନ୍ତ୍ରୀଙ୍କ ଘରୁ ଏପର୍ଯ୍ୟନ୍ତ କେତେ ସମ୍ପତ୍ତି ଠାବ ହୋଇଛି ତାହା ଜଣାପଡି ନାହିଁ |

Comments are closed.