୧୦ ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ , ଜାଣନ୍ତୁ କାହିଁକି

କେନ୍ଦ୍ରାପଡ଼ା : କୁମ୍ଭୀର ଗଣନା ପଇଁ ଆସନ୍ତା ମାସରେ ପର୍ଯ୍ୟଟକଙ୍କ ପାଇଁ ୧୦ ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଜାନୁୟାରୀ ୨ ରୁ ଜାନୁୟାରୀ ୧୧, ୨୦୨୨ ପର୍ଯ୍ୟନ୍ତ କୁମ୍ଭୀର ଗଣନା ହେବାର ଯୋଜନା ଥିବାରୁ ଏହି ସମୟ ମଧ୍ୟରେ କ୍ୟାମ୍ପସରେ ବିଦେଶୀ ତଥା ସ୍ଥାନୀୟ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ ହେବ ବୋଲି ଉଦ୍ୟାନ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ପଛରେ ଉଦ୍ଦେଶ୍ୟ ହେଉଛି ଯେତେବେଳେ କୌଣସି ପ୍ରକାରର ମନୁଷ୍ୟ ହସ୍ତକ୍ଷେପକୁ ଏଡ଼ାଇବା । ଯଦିଓ ଶୀତଋତୁରେ ପର୍ଯ୍ୟଟନ ପାଇଁ ଅନୁକୂଳ ସମୟ ଅଟେ କିନ୍ତୁ କୁମ୍ଭିର ଗଣନା ବର୍ତ୍ତମାନ ହେବା ଆବଶ୍ୟକ, କାରଣ ଶୀତ ଋତୁ ମଧ୍ୟ ଗଣନା ପାଇଁ ଉପଯୁକ୍ତ ବୋଲି ଜଙ୍ଗଲ ବିଭାଗର ଅଧିକାରୀମାନେ ପ୍ରକାଶ କରିଛନ୍ତି |

Comments are closed.