ଏଥର ପୂଜାରେ ଜମିବ ଦାଣ୍ଡିଆ ନୃତ୍ୟ

ଭୁବନେଶ୍ୱର : ଆସୁଛନ୍ତି ଜଗତଜନନୀ ମା ଦୁର୍ଗା । ଦୀର୍ଘ ଦୁଇ ବର୍ଷ ରେ ଖୁବ ଧୁମଧାମରେ ପାଳନ ହେବ ସାରଦୀୟ ଦୁର୍ଗା ପୂଜା । ସେଥି ପାଇଁ ଶ୍ରଦ୍ଧାଳୁ ବେଶ ଉତ୍ସାହିତ । ଏଥି ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ପୁଜା କମିଟି ମା ଙ୍କ ମୃଣ୍ମୟୀ ମୃତ୍ତି ଓ ତୋରଣ ବନ୍ଧାରେ ବ୍ୟସ୍ତ ଥିଲା ବେଳେ କିଛି ଅନୁଷ୍ଠାନ ମାଙ୍କ ପ୍ରିୟ ଦାଣ୍ଡିଆ ଉତ୍ସବ ପାଇଁ ସଜବାଜ ଆରମ୍ଭ କରିଦେଲେଣି । ଏହା ଭିତରେ କିଛି ଅନୁଷ୍ଠାନ ଦାଣ୍ଡିଆ ନୃତ୍ୟ ପ୍ରଶିକ୍ଷଣ ପାଇଁ ସ୍ୱତନ୍ତ୍ର ଶିବିର ବି ଆୟୋଜନ କଲେଣି । ୨୬ରୁ ଆରମ୍ଭ ହୋଇଯାଉଛି ନବ ରାତ୍ର । ଏହି ସମୟରେ ମାଙ୍କୁ ସର୍ମିତ ହୁଏ ମାଙ୍କୁ ଦାଣ୍ଡିଆ ମୃତ୍ୟ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାହାରି ନୃତ୍ୟ ଭଲି ମା ଦୁର୍ଗାଙ୍କ ଅତି ପ୍ରିୟ ଦାଣ୍ଡିଆ ନୃତ୍ୟ । ଦୁଇ ହାତରେ ଦୁଇଟି ବାଡି ଧରି ନବରାତ୍ରରେ ନୃତ୍ୟ ପ୍ରଦର୍ଶନ କରିବା ହେଉଛି ଭାରତୀୟ ସଂସ୍କୁତି ଓ ପରମ୍ପରା ।

ଦାଣ୍ଡିଆ ନୃତ୍ୟ ସାଧାରଣତଃ ଏହି ନୃତ୍ୟ ରାଜସ୍ଥାନୀ ଓ ଗୁଜୁରାଟୀମାନଙ୍କ ନୃତ୍ୟ ହୋଇଥିଲେ ମଧ୍ୟ ଏହା ସମୟ କ୍ରମେ ଓଡିଶାକୁ ପ୍ରବେଶ କରିଥିଲା । ଗତ ୧୮ ବର୍ଷ ହେବ ରାଜଧାନୀରେ ପ୍ରଚଳିତ ହେଉଛି ଦାଣ୍ଡିଆ ନୃତ୍ୟ । ଯୁବିଢିଙ୍କ ମଧ୍ୟରେ ବେଶ ଉତ୍ସାହ ମଧ୍ୟ ରହିଛି । ଆସନ୍ତା ୧ରୁ ଦାଣ୍ଡିଆରେ ଝୁମିବ ଓଡିଶା । ପୂର୍ବରୁ ଓଡିଶାରେ ଏହି ନୃତ୍ୟକୁ ଗେ।ପ।ଳମାନେ ଦୁଇ ହାତରେ ଦୁଇ ଖଣ୍ଡ ବାଡି ଧରି ନୃତ୍ୟ କରୁଥିଲେ ଯାହାକୁ ଲଉଡି ଖେଳ କୁହାଯାଏ । କାଳକ୍ରମେ ଏହି ନୃତ୍ୟକୁ ଦାଣ୍ଡିଆ ନୃତ୍ୟ ଭାବରେ ଅନ୍ୟ ରାଜ୍ୟରେ ପରିବଷେଣ କରିଥିଲେ । ପ୍ରାୟ ୯ ବର୍ଷ ହେବ ଦାଣ୍ଡିଆ ନୃତ୍ୟ ରାଜଧାନୀରେ ଆୟୋଜନ କରାଯାଉଛି ।

Comments are closed.