କଲବଲ କରିବ ଗୁଳୁଗୁଳି

ଭୁବନେଶ୍ବର : ଆଗାମୀ ୨ରୁ ୩ ଦିନ ଯାଏଁ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନଥିବାରୁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୂଚନାରେ ଆହୁରି ମଧ୍ୟ କୁହାଯାଇଛି ଯେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି। ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଜଳୀୟବାଷ୍ପ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବାର ବି, ଚେତାବନୀ ଜାରି କରାଯାଇଛି।

୧୫ରୁ ୧୭ ତାରିଖ ପର୍ୟ୍ୟନ୍ତ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ଏବଂ ୧୮ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ। ମୌସୁମୀ ଏବେ ଦୁର୍ବଳ ରହିଥିବାରୁ ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ। ମୌସୁମୀ ବର୍ଷା କଥା ଯଦି ଦେଖିବା ଜୁନ୍ ପହିଲାରୁ ଆଜି ପର୍ୟ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଭାବେ ୧୦୪୪.୯ ମିମି ବର୍ଷା ହେବା କଥା। ମାତ୍ର ଚଳିତବର୍ଷ ଏହି ସମୟ ମଧ୍ୟରେ ୧୦୯୦.୪ ମିମି ବର୍ଷା ରେକର୍ଡ କରାଯାଇଛି।

Comments are closed.