ହାଇୱା ଧକ୍କାରେ ମୋଟରସାଇକେଲ ଗ୍ୟାରେଜ ଚୁରମାର

ତରଭା(କଲ୍ୟାଣ ନାଏକ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଚାରଭଟା ରାସ୍ତାର ଅନ୍ତର୍ଡା ଗ୍ରାମର ମୁଡଣିଆ ଛକ ଠାରେ ବିଳମ୍ବିତ ରାତିରେ ଏକ ହାଇୱା ଧକ୍କାରେ ମୋଟରସାଇକେଲ ଗ୍ୟାରେଜ ଚୁରମାର ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଗତ କାଲି ବିଳମ୍ବିତ ରାତିରେ ତରଭା ପଟରୁ ସରଗଜ ଗ୍ରାମ ଆଡକୁ ଯାଉଥିବା ସମୟରେ OD 31 F 5821 ହାଇୱା ଧକ୍କାରେ ଅନ୍ତର୍ଡା ଗ୍ରାମର ମୁଡଣିଆ ଛକ ଠାରେ ଥିବା ଅଭିଜିତ ମୋଟରସାଇକେଲ ଗ୍ୟାରେଜ ଚୁରମାର ହୋଇଛି । ଫଳରେ ଗ୍ୟାରେଜରେ ଥିବା ସମସ୍ତ ସାମଗ୍ରୀ ନଷ୍ଟ ହେବା ସହ ଗ୍ୟାରେଜରେ ଥିବା ମଟର ସାଇକେଲ ଗୁଡିକ ମଧ୍ୟ ନଷ୍ଟ ହୋଇଛି । କ୍ଷୟ କ୍ଷତି ଭରଣ ପାଇଁ ଗାଁ ଲୋକେ ରାସ୍ତା ଅବରୋଧ କରିଥିଲେ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅବରୋଧକାରୀଙ୍କୁ ହଟାଇ ଗାଡି ଚଳାଚଳ ସ୍ବାଭାବିକ କରିଥିଲା । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି ।

Comments are closed.