ଜଟଣୀ ପଚାଂୟତ ନିର୍ବାଚନରେ ୨୪ ଆଶାୟୀଙ୍କ ପ୍ରାର୍ଥୀପତ୍ର ଦାଖଲ

ଜଟଣୀ(ସଞ୍ଜୀବ କୁମାର) : ତ୍ରିସ୍ତରୀୟ ପଚାଂୟତ ନିର୍ବାଚନ ଲାଗି ଆଶାୟୀମାନେ ସେମାନଙ୍କର ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୨୧ଜଣ ୱାର୍ଡ ମେମ୍ବର, ଜଣେ ସରପଚଂ ପ୍ରାର୍ଥୀ ଓ ୨ଜଣ ସମିତିସଭ୍ୟ ପାଇଁ ବ୍ଲକ କାର୍ଯ୍ୟାଳୟ ପରିସରରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି କ୍ରମରେ ଜଟଣୀ ବ୍ଲକ ଛଣଘର ପଚାଂୟତରୁ ୫ଜଣ ୱାର୍ଡସଭ୍ୟ,ହରିପୁର ପଚାଂୟତରୁ ଜଣେ,କନ୍ତିଆରୁ ୩ଜଣ, ମଦନପୁରରୁ ଜଣେ, ପଦନପୁରରୁ ୪ଜଣ, ପଚୁଂପଲୀରୁ ୩ଜଣ, ପ୍ରଧାନସାହୀରୁ ଜଣେ ଓ ତିରିମଲରୁ ୩ଜଣ ପ୍ରଭୃତି ମୋଟ ୨୧ଜଣ ୱାର୍ଡସଭ୍ୟ ସେମାନଙ୍କର ନାମାଙ୍କନପ୍ରତି ଦାଖଲ କରିଛନ୍ତି । ସେହିପରି ତିରିମଲ ପଚାଂୟତରୁ ଜଣେ ସରପଚଂ ପ୍ରାର୍ଥୀଲାଗି ନାମାଙ୍କନ କରିଥିବା ବେଳେ ସମିତିସଭ୍ୟ ଲାଗି ଛତାବର ଓ ଗଙ୍ଗପଡାରୁ ନାମାଙ୍କନ କରିଛନ୍ତି ବୋଲି ବିଡିଓ ସରୋଜ କୁମାର ରାଉତ ସୁଚନା ଦେଇଛନ୍ତି ।

Comments are closed.