ଉତର ବାଲେଶ୍ଵର ଆଦିବାସୀ ମାନଙ୍କର ଅସ୍ଥି ବିସର୍ଜନ ମେଳା ଅନୁଷ୍ଠିତ

ବସ୍ତା(ଲଷ୍ମୀଧର ପ୍ରଧାନ) – ବାଲେଶ୍ଵର ଜିଲ୍ଲା ରାଜଘାଟ ଠାରେ ଉତର ବାଲେଶ୍ଵର ଆଦିବାସୀ ମାନଙ୍କର ଅସ୍ଥି ବିସର୍ଜନ ମେଳା ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣରେଖା ଆଦିବାସୀ ୟୁଆନ ଜୁମିଦ ଗାର୍ଓ୍ବାତ ସେମଲେଜ ସଂଗଠନ ଦ୍ବାରା ରାଜଘାଟ,ଥେଙ୍ଗଡିଆ,ବେଣାପୁରା ଆଦିବାସୀ ଯୁବକ ମାନେ ଏକତ୍ରିତ ହୋଇ ସୂବର୍ଣ୍ଣରେଖା ନଦୀ କୂଳରେ ଏହି ମେଳା ଆୟୋଜନ କରିଥାନ୍ତି। ମେଳାର ଉଦେଶ୍ୟ ହେଲା ପ୍ରତିବର୍ଷ ଆଦିବାସୀ ସମ୍ପ୍ରଦାୟରେ ମୃତ୍ୟୁ ବରଣ କରିଥିବା ଲୋକମାନଙ୍କର ଅସ୍ଥିକୁ ,ମକର ସଂକ୍ରାନ୍ତିର ପରଦିନ ଆଣି ନଦୀରେ ବିସର୍ଜନ ସହ ପିଣ୍ଡଦାନ କରାଯାଇଥାଏ ଏବଂ ପିଣ୍ଡ ଦାନ ପରେ ସମସ୍ତେ ଖୁସିରେ ନାଚ ଗୀତରେ ଦୁଇ ଦିନ କଟାଇ ପୁଣି ଘରକୁ ଫେରିଥାନ୍ତି । ମେଳାକୁ ଉତର ଓଡ଼ିଶାର ଅନେକ ଅଞ୍ଚଳ ସହିତ ପଡୋଶୀ ପଶ୍ଚିମବଙ୍ଗରୁ ଆଦିବାସୀ ମାନେ ଏକତ୍ରିତ ହୋଇ ସୁବର୍ଣ୍ଣରେଖା ନଦୀରେ ଅସ୍ଥି ବିସର୍ଜନ ସହ ମେଳି କରିଥାନ୍ତି । ତେବେ ଦୀର୍ଘ ବର୍ଷ ଧରି ଏଭଳି ପରମ୍ପରା ରହିଆସିଥିବା ବେଳେ ନିଜର ପରମ୍ପରାକୁ ବଜାୟ ରଖିବାକୁ କମିଟି ମାଧ୍ୟମରେ ପ୍ରୟାସ ଜାରି ରଖିଛନ୍ତି ।

Comments are closed.