କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ଭମର ପଡା ନିକଟରେ ବୋଲେରୋ ଟ୍ରାକ୍ଟର ମୁହା ମୁହିଁ ଧକ୍କା

ନର୍ଲା(ଅନିଲ କୁମାର ଅଗ୍ରୱାଲ) : ରୁପ୍ରାରୋଡ ଭମରପଡା ନିକଟରେ ଗତ ରାତି ପ୍ରାୟ 11ଟା ରେ ଏକ ମର୍ମନ୍ତ ସଡକ ଦୁର୍ଘଟଣା ଘଟିଛି | ଏକ ଧଳା ରଙ୍ଗର ବୋଲେରୋ ସହିତ ନାଲି ରଙ୍ଗର ମହିନ୍ଦା ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବାରୁ ଟ୍ରାକ୍ଟର ଟି ଭାଙ୍ଗି ଚୁରମାର ହୋଇ ଯାଇଛି | ଟ୍ରାକ୍ଟରଟିରେ କପୁର ଥୟ ଭୋଇ ଯିଏ କି ମେଦିନୀପୁର ସରଲାଞି ର ଆନନ୍ଦ ପୁଟେଲ ଡ୍ରାଇଭରକୁ ସାମାନ୍ୟ ଆହତ ହୋଇଥିବା ରୁ ନର୍ଲାରେ ଚିକିତ୍ସିତ କରିଥିବା ପ୍ରକାଶ କରିଛନ୍ତି । ଏହି ଟ୍ରାକଟର ଟ୍ରଲି ରେ କୈଣସି ନମ୍ବର ଦିଶୁନଥିବା ବେଳେ ଟ୍ରାକଟର ଡ୍ରାଇଭର ସିଟ ନିକଟରେ ଏକ OD08L8020ର ନମ୍ବର ପ୍ଲେଟ୍ ଥିବାର ଦେଖାଯାଉଛି । ବୋଲେରୋ ନମ୍ବର ଟି OR08B8111 ଥିବା ବେଳେ ବୋଲେରୋ ରେ 05ଜଣ ସବାରୀ ଥିବା ଚର୍ଚା ହେଉଥିବା ବେଳେ ରାତ୍ରି 11ଟା ପର୍ଯନ୍ତ ଟ୍ରାକ୍ଟର କଣ କରୁଥିଲା ବୋଲି ଚର୍ଚ୍ଚା ଚାଲିଛି ।

Comments are closed.