୧୧ରୁ ହେବ ନାହିଁ ଶୀତ !!

ଭୁବନେଶ୍ୱର : କିଛି ଦିନ ହେବ ରାଜ୍ୟରେ ଅନୁଭୂତ ହେଉଛି ଶୀତର ପ୍ରକୋପ । କିନ୍ତୁ ଡ. ପଶୁପାଳକ କହିଛନ୍ତି ଯେ, ତିନି ଦିନ ପରେ ରାଜ୍ୟରୁ ଶୀତ କମିବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ ଯୋଗୁ ବିଶେଷ ଥଣ୍ଡା ଅନୁଭୂତ ହେବନି । ୧୦ ତାରିଖରୁ ରାତି ତାପମାତ୍ରା ୩ରୁ ୪ଡିଗ୍ରୀ ବଢ଼ିଯିବ । କନ୍ଧମାଳ ସମେତ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୧୦ ତାରିଖ ଯାଏ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ ।
୧୧ ତାରିଖରୁ ଶୀତ ଅନୁଭୂତ ହେବନାହିଁ । ସେହିପରି କେନ୍ଦ୍ରୀୟ ଓ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ୧୨ତାରିଖରେ ପାଗ କୋହଲା ରହିବ । କୁହୁଡି ବି ଅନୁଭୂତ ହେବ । ଲଘୁଚାପ କାରଣରୁ ୧୧ରୁ ୧୫ ତାରିଖ ଯାଏ ପାଗ ମେଘୁଆ ସହ ଅଳ୍ପ ବର୍ଷା ହେବ । ୧୧ ଓ ୧୨ରେ ରାତି ତାପମାତ୍ରା ୨ଡିଗ୍ରୀ ବଢ଼ିବ । ୧୩ ଓ ୧୪ରେ ତାପମାତ୍ରା ଆଉ ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ।

Comments are closed.