ଚିଲିକାରେ ବିଦେଶୀ ପକ୍ଷୀ ମାନଙ୍କ ସୁରକ୍ଷା ନିମନ୍ତେ ସଚେତନତା ସାଇକେଲ ଶୋଭାଯାତ୍ରା

ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) : ଚିଲିକା ଏସିଆ ମହାଦେଶ ର ସର୍ବଶ୍ରେଷ୍ଠ ଲବଣ ହ୍ରଦ, ଏହା ଜୈବବିବିଧତା କେନ୍ଦ୍ରସ୍ଥଳ, ଶୀତଦିନେ ଏଠାକୁ ବିଦେଶରୁ ବହୁ ମାତ୍ରାରେ ପକ୍ଷୀ ଆସିଥାନ୍ତି । ପକ୍ଷୀମାନେ ଚିଲିକାର ସୈ।ନ୍ଦର୍ଯ୍ୟ ବୃଦ୍ଧିକରିବା ସହିତ ଇକୋଲଜିକାଲ ବାଲାନ୍ସ ସୃଷ୍ଟି କରି ପରିବେଶକୁ ସୁସ୍ଥ ରଖିଵାରେ ସହାୟକ ହୋଇଥାନ୍ତି | ଚିଲିକାକୁ ଦେଶ ବିଦେଶରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ଆସୁଥିବା ବିଭିନ୍ନ ପ୍ରକାର ପକ୍ଷୀମାନଙ୍କୁ ସ୍ୱାଗତ ଜଣାଇବା ସହିତ ଚିଳିକା କୂଳରେ ବୃକ୍ଷରୋପଣ ଓ ପକ୍ଷୀ ଶିକାର ନକରିବାକୁ ସାମାଜିକ ଅନୁଷ୍ଠାନ ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ଟାଗିଂ ମଗଂଳାଯୋଡିରେ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶାଭାଯାତ୍ରାକାରୀ ମାନେ ସାଇକେଲରେ ସ୍ଥାନୀୟ ମଙ୍ଗଳ|ଯୋଡି,ସୁନ୍ଦରପୁର, ଉଜ୍ୱଳାଗୋପିନାଥପୁର, ବାଲିପାଟପୁର, ଭୂଷଣ୍ଡପୁର ଗ୍ରାମ ପରିକ୍ରମା କରି ପକ୍ଷୀ ଶିକାର ନକରିବାକୁ ଜନସଚେତନତା କରାଇଥିଲେ । ଆୟୋଜିତ ସଭାରେ ପ୍ରେରଣାର ଅଧ୍ୟକ୍ଷ ଡକ୍ଟର ଦିଲୀପ ଶ୍ରୀଚନ୍ଦନ ସମ୍ମାନିତ ଅତିଥି ଭାବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ,ଖୋର୍ଦ୍ଧା ବିଧାୟକ ଜୋତିନ୍ଦ୍ରନାଥ ମିତ୍ର,ଖୋର୍ଦ୍ଧା ଜିଲ୍ଲା ପରିଷଦ ର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।

Comments are closed.