ଭୟ ଦେଖାଉଛି ବାତ୍ୟା,ଅବପାତରେ ପରିଣତ ହେଲା
ଭୁବନେଶ୍ୱର:ଭୟ ଦେଖାଉଛି ସୃଷ୍ଟି ହୋଇଥିବା ବାତ୍ୟା ଏବେ ଅବପତରେ ପରିଣତ ହୋଇଛି । ବଙ୍ଗୋପସାଗରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’। ଗତକାଲି ସୃଷ୍ଟି ହୋଇଥିବା ଅବପାତ ଆଜି ଗଭୀର ଅବପାତରେ ପରିଣତ ହୋଇ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଗତକାଲିର ଅବପାତ ଘନୀଭୂତ ହୋଇ ଆଜି ସକାଳ ସମୟରେ ଗଭୀର ଅବପାତର ରୂପ ନେଇ ପୂର୍ବ କେନ୍ଦ୍ରୀୟବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି। ଆସନ୍ତା ୧୨ ଘଣ୍ଟାରେ ଏହା ବାତ୍ୟାରେ ପରିଣତ ହେବ। ପରେ ଏହା ମୋଡ଼ ବଦଳାଇ ଉତ୍ତର ପୂର୍ବ ଦିଗରେ ଗତିକରି ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ଆସନ୍ତା ୨୫ ତାରଖର ତିନ୍କୋନା ଓ ସାନଦୀପ ଅଞ୍ଚଳରେ ଏହା ଉପକୂଳ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
Comments are closed.