ପାକିସ୍ତାନକୁ ହରାଇଲା ଭାରତ

ମେଲବୋର୍ଣ୍ଣ : ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପର ଏକ ସୁପର-୧୨ ମ୍ୟାଚରେ ଭାରତ ୪ ଓ୍ବିକେଟରେ ରୋମାଞ୍ଚକର ବିଜୟ ହାସଲ କରିଛି । ଆଜିର ମ୍ୟାଚରେ ପୁଣି ବିରାଟ କୋହଲିଙ୍କ ବ୍ୟାଟର କମାଲ ଦେଖିବାକୁ ମିଳିଛି । ସେ ଅପରାଜିତ ୮୨ ରନ କରି ଏକ ମ୍ୟାଚ ବିଜୟୀ ପାଳି ଖେଳିଛନ୍ତି ।

ଶେଷ ବଲରେ ଭାରତ ୨ ରନର ଦରକାର କରୁଥିବାବେଳେ ବୋଲର ମହମ୍ମଦ ନଓ୍ବାଜ ଗୋଟିଏ ଓ୍ବାଇଡ୍ ପକାଇବାରୁ ଭାରତ ୧ ବଲରେ ୧ ରନ ଆବଶ୍ୟକ କଲା । ଅଶ୍ବିନୀ ଶେଷ ବଲରେ ୧ ରନ କରି ଭାରତ ପାଇଁ ବଡ଼ ବିଜୟ ଆଣି ଦେଇଥିଲେ ।

ଭାରତୀୟ ଦଳ ଆରମ୍ଭରୁ ୪ଟି ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତିକୁ ସମ୍ଭାଳିବା ସହ ପାକିସ୍ତାନୀ ବୋଲରଙ୍କ ଉପରେ ପ୍ରତି ଆକ୍ରମଣ ଆରମ୍ଭ କରିଦେଇଥିଲେ ।

୩ ନମ୍ବର ସ୍ଥାନରେ ଆସିଥିବା ବିରାଟ କୋହଲି ଆରମ୍ଭରୁ ସତର୍କତାର ସହ ଖେଳିଥିଲେ । ଗୋଟିଏ ପଟେ ଓ୍ବିକେଟ ପଡ଼ିଚାଲିଥିବାବେଳେ ସେ ସତର୍କତାର ସହ ଖେଳି ସ୍ଥିତିକୁ ସମ୍ଭାଳିଥିଲେ । ତାଙ୍କୁ ଏ କ୍ଷେତ୍ରରେ ସହଯୋଗ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ସ୍ଥିତିକୁ ସମ୍ଭାଳିବା ପରେ ଉଭୟ ବ୍ୟାଟ୍ସମ୍ୟାନ ପାକିସ୍ତାନୀ ବୋଲରଙ୍କ ଉପରେ ପ୍ରହାର ଆରମ୍ଭ କରିଦେଇଥିଲେ । ପାଣ୍ଡ୍ୟା ୪୦ ରନ କରିଥିଲେ ।

Comments are closed.