ସୁନକଙ୍କୁ ମିଳିଲା ସମର୍ଥନ, ନୂଆ ମୋଡରେ ବ୍ରିଟେନ ରାଜନୀତି

ଲଣ୍ଡନ:ରୁଷି ସୁନକଙ୍କୁ ପ୍ରଥମ ପର୍ଯ୍ୟାୟରେ ୧୦୦ ସାଂସଦଙ୍କ ସମର୍ଥନ ହାସଲ ହୋଇଛି । ବ୍ରିଟିଶ ସଂସଦରେ କଞ୍ଜରଭେଟିଭ୍ ପାର୍ଟିର ମୋଟ ୩୫୭ ସାଂସଦ ଅଛନ୍ତି।ସୁନକ ଦେଶର ପ୍ରଧାନମନ୍ତ୍ରୀ ଏବଂ କଞ୍ଜରଭେଟିଭ୍ ପାର୍ଟିର ନେତା ଭାବେ ଟ୍ରସଙ୍କ ସ୍ଥାନ ନେବାକୁ ଦୌଡ଼ରେ ରହିଛନ୍ତି। ଅନ୍ୟପକ୍ଷେ କ୍ୟାରବିଆଇ ଦେଶରେ ଛୁଟି ମନାଉଥିବା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ ଏହି ଦୌଡରେ ସାମିଲ୍ ହେବା ପାଇଁ ସ୍ଵଦେଶ ଫେରିଛନ୍ତି।

୪୨ ବର୍ଷୀୟ ସୁନକଙ୍କ ସମର୍ଥକ ସାଂସଦଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି। ସୁନକ ଏବଂ ଜନସନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ କେହି ବି ପାର୍ଟିର ନେତା ହେବା ପାଇଁ ନିର୍ବାଚନ ଲଢିବା ନେଇ ଆନୁଷ୍ଠନିକ ଘୋଷଣା କରିନାହାନ୍ତି। ଏ ପର୍ଯ୍ୟନ୍ତ ଲିଡର ଅଫ କମନ୍ସର ପେନ୍ନି ମୋର୍ଡାଣ୍ଟ ଏକ ମାତ୍ର ବ୍ୟକ୍ତି ଯିଏ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ପୂର୍ବତନ ଅର୍ଥ ମନ୍ତ୍ରୀ ସୁନକଙ୍କୁ ଟୋରି ପାର୍ଟିର କିଛି ମନ୍ତ୍ରୀ ଏବଂ ଟୋରି ପାର୍ଟିର ଭିନ୍ନ ଭିନ୍ନ ଗୋଷ୍ଠୀର କିଛି ସାଂସଦଙ୍କ ସମର୍ଥନ ମିଳିଛି।

Comments are closed.