ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ରଦ୍ଦ,ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ:ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ରଦ୍ଦ କରାଯାଇଛି । ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ ଆନୁସାରେ ଗୃହ ମନ୍ତ୍ରାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସଂଗଠନ ଉପରେ ବିଦେଶୀ ପାଣ୍ଠିରେ ଅନିୟମିତା ଅଭିଯୋଗ ରହିଛି। ଗୃହ ମନ୍ତ୍ରାଳୟର ସୂଚନା ଅନୁସାରେ, ୨୦୨୦ ଜୁଲାଇରେ ଏକ କମିଟି ଗଠନ କରାଯାଇଥିଲା। ଏହାର ରିପୋର୍ଟ ଆଧାରରେ ଏହି ନଷ୍ପତ୍ତି ନିଆଯାଇଛି। ଏନେଇ ରାଜୀବ ଗାନ୍ଧୀ ଫାଉଣ୍ଡେସନର କାର‌୍ୟ୍ୟାଳୟକୁ ନୋଟିସ ପଠାଇଦିଆଯାଇଛି।

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଅଧ୍ୟକ୍ଷ। ଏହାର ଅନ୍ୟତମ ଟ୍ରଷ୍ଟି ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଏହି ସଂଗଠନ ୧୯୯୧ରେ ସ୍ଥାପନା କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଜୁନ୍ ୨୦୨୦ରେ ବିଜେପି ଏହି ସଂସ୍ଥା ବିରୋଧରେ ବିଦେଶୀ ପାଣ୍ଠିରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଥିଲା । ତତ୍କାଳୀନ ଆଇନ ମନ୍ତ୍ରୀ ତଥା ବିଜେପି ନେତା ରବି ଶଙ୍କର ପ୍ରସାଦ ଦାବି କରିଥିଲେ ଯେ ଚୀନ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଅର୍ଥ ପ୍ରଦାନ କରିଛି। ନିୟମ ଅନୁଯାୟୀ ସରକାରଙ୍କ ବିନା ଅନୁମତିରେ କୌଣସି ଦଳ ବିଦେଶରୁ ଟଙ୍କା ନେଇ ପାରିବେ ନାହିଁ। ଏହି ଦାନ ପାଇଁ ସରକାରଙ୍କ ଅନୁମୋଦନ ନିଆଯାଇଛି କି ନାହିଁ କଂଗ୍ରେସ ସ୍ପଷ୍ଟ କରିବା ଉଚିତ ବୋଲି ସେ କହିଥିଲେ।

Comments are closed.