ରାହୁଲ ଗାନ୍ଧୀଙ୍କୁ ଦେଖିବା ପରେ କାହିଁକି ଚିଲ୍ଲେଇଲେ ଝିଅ, ଭିଡିଓ ଦେଖନ୍ତୁ

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ କ୍ରେଜି ଝିଅମାନଙ୍କ ଭିଡରେ ଦେଖିବାକୁ ମିଳିଛି । ଏହା ସହ ଜଡିତ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଝିଅମାନେ ରାହୁଲ ଗାନ୍ଧୀଙ୍କ ସହ ସେଲଫି ନେବାବେଳେ ଚିତ୍କାର କରୁଥିବା ଦେଖିବାକୁ ମିଳିବ । ତେବେ ରାହୁଲ ଗାନ୍ଧୀ ବୁଧବାର ଦିନ ପୁଡୁଚେରୀ ଯାଇଥିଲେ, ଏହି ସମୟରେ ଭିଡିଓଟି ସାମ୍ନାକୁ ଆସିଛି । ସେ ରାଜକୀୟ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ସହିତ କଥାବାର୍ତ୍ତା ହେବା ସହ ସେଲଫି ନେଉଥିବାର ନଜର ଆସିଛନ୍ତି ।

ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ରାହୁଲ ଗାନ୍ଧୀ ଯାଉଥିବା ସମୟରେ କିଛି ଛାତ୍ରୀ ତାଙ୍କୁ ଅଟକାଇ ସେଲଫି ନେବାକୁ ମୋବାଇଲ ବଢାଇଥିଲେ । ଏହି ସମୟରେ ରାହୁଲ ଗାନ୍ଧୀ ଜଣେ ଝିଅର ମୋବାଇଲ୍ ନେଇ ତାଙ୍କ ସହ ସେଲଫି ନେଇଥିଲେ । ଏହି ସମୟରେ ଝିଅମାନେ ଖୁସିରେ ଚିତ୍କାର କରିବାକୁ ଲାଗିଲେ । ଛାତ୍ରୀମାନଙ୍କ ମଧ୍ୟରେ ରାହୁଲ ଗାନ୍ଧୀଙ୍କ କ୍ରେଜ୍ ଦେଖିବାକୁ ମିଳେ । ଏବେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କଂଗ୍ରେସ ଦଳ ଏହାକୁ ଟ୍ୱିଟର ହ୍ୟାଣ୍ଡେଲରେ ଅପଲୋଡ୍ କରିଛି ।

Comments are closed.