ବୋମା ପକାଇ ଉଡ଼ାଇ ଦେବାକୁ ଆସିଲା ସ୍କୁଲକୁ ଧମକ

0

ସ୍କୁଲ ପରିସରରେ ରହିଛି ବମ୍‌। ଯେକୌଣସି ମୁହୂର୍ତ୍ତରେ ଫୁଟିପାରେ। ଦିଲ୍ଲୀର ୬ଟି ହାଇ ପ୍ରୋଫାଇଲ ସ୍କୁଲକୁ ଏପରି ଇ-ମେଲ୍‌ ଆସିବା ପରେ କର୍ତ୍ତୃପକ୍ଷଙ୍କ ନିଦ ହଜି ଯାଇଛି। ସକାଳୁ ସକାଳୁ ସ୍କୁଲ ପରିସରକୁ ଖାଲି କରି ପୁଲିସ୍‌ ବୋମା ନିଷ୍କ୍ରିୟକାରୀ ଦଳ ତନ ତନ କରି ଖୋଜିବାରେ ଲାଗି ପଡ଼ିଛନ୍ତି। ମାତ୍ର ବମ୍‌ର ସନ୍ଧାନ ମିଳି ପାରି ନ ଥିବା ଜଣାଯାଇଛି।

ଦିଲ୍ଲୀର ଏହି ୬ଟି ହାଇ ପ୍ରୋଫାଇଲ ସ୍କୁଲ ମଧ୍ୟରେ ଦ୍ୱାରକାସ୍ଥିତ DPS, ମୟୂରବିହାରସ୍ଥିତ ମଦର ମ୍ୟାରି ସ୍କୁଲ, ଓ ନୂଆଦିଲ୍ଲୀର ସଂସ୍କୃତି ସ୍କୁଲ, ବସନ୍ତକୁଞ୍ଜସ୍ଥିତ DPS ସ୍କୁଲ, ଦକ୍ଷିଣ ପଶ୍ଚିମ ଜିଲ୍ଲାରେ ଥିବା DAV ସ୍କୁଲ, ପୁଷ୍ପବିହାରସ୍ଥିତ AMITY ସ୍କୁଲକୁ ବି ମିଳିଥିବା ଜଣାଯାଇଛି।

ଆଜି ସକାଳ ୬ଟାରେ DPS ସ୍କୁଲ ତରଫରୁ ଅଗ୍ନିଶମ ବିଭାଗକୁ ଫୋନ୍‌ କରି ବମ୍ ଥିବାର ଧମକ ସମ୍ପର୍କରେ ସୂଚନା ଦିଅଯାଇଥିଲା। ଏହାପରେ ଘଟଣାସ୍ଥଳରେ ତୁରନ୍ତ ପୁଲିସ୍‌, ଅଗ୍ନିଶମ କର୍ମଚାରୀ ଓ ବମ୍‌ ନିଷ୍କ୍ରିୟକାରୀ ଦଳ ପହଞ୍ଚିଥିଲେ। ସେମାନେ ପୂରା ସ୍କୁଲକୁ ଛାନଭିନ କରିଥିଲେ ବି ବମ୍‌ର ସନ୍ଧାନ ପାଇ ପାରି ନ ଥିବା ଜଣାଯାଇଛି।

ସେହିପରି ମଦର ମ୍ୟାରି ସ୍କୁଲ ଓ ସଂସ୍କୃତି ସ୍କୁଲକୁ ମଧ୍ୟ ଧମକପୂର୍ଣ୍ଣ ଇ-ମେଲ୍‌ ଆସିବା ପରେ ସମଗ୍ର ସ୍କୁଲକୁ ଯାଞ୍ଚ କରାଯାଇଛି। ଏହାସତ୍ତ୍ୱେ ୩ଟି ସ୍କୁଲର କୌଣସି ସ୍ଥାନରୁ କୌଣସି ସନ୍ଦିଗ୍ଧ ଜିନିଷ ମିଳି ନ ଥିବା ଜଣାଯାଇଛି।

Leave A Reply

Your email address will not be published.