ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ

ମୁଖ୍ୟମନ୍ତ୍ରୀ ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ଭାଜପା ନେତା ତଥା ବ୍ରହ୍ମପୁରରୁ ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଯଦି ତାଙ୍କ ବିରୋଧରେ ଆରୋପ ଆସିଛି ତା’ ହେଲେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ବିରୋଧରେ ବି ଅଭିଯୋଗ ଅଛି। ଗତକାଲି ଚିକିଟିରେ ପ୍ରଚାର ବେଳେ ପ୍ରଦୀପଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଥିଲେ ପାଣ୍ଡିଆନ। ଯାହା ପରେ ଏବେ ପ୍ରଦୀପ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ ଟାର୍ଗେଟ୍‌ କରିଛନ୍ତି।

ଅନ୍ୟପଟେ ପ୍ରଦୀପ ଲଗାଇଥିବା ଅଭିଯୋଗ ନେଇ ପାଣ୍ଡିଆନ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି ।

Comments are closed.