ଦିଲ୍ଲୀ ହିଂସା ମାମଲାରେ ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ : ଜାନୁଆରୀ ୨୬ରେ ପ୍ରତିବାଦକାରୀ କୃଷକମାନଙ୍କୁ ଲାଲ୍‌କିଲାରେ ପ୍ରବେଶ ଲାଗି ଉସ୍କାଇଥିବା ଅଭିଯୁକ୍ତ ପଞ୍ଜାବୀ ଅଭିନେତା-ସାମାଜିକକର୍ମୀ ଦୀପ ସିଦ୍ଧୁଙ୍କୁ ଗିରଫ ପୋଲିସ । ଦୀପ ସିଦ୍ଧୁ ଗିରଫ ହେବା ନେଇ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ପକ୍ଷରୁ ସୂଚନା ମିଳିଛି । ପ୍ରାୟ ୧୫ ଦିନ ଫେରାର ପରେ ଧରାପଡିଛନ୍ତି ଦୀପ ସିଦ୍ଧୁ । ପୂର୍ବରୁ ତାଙ୍କ ଗିରଫଦାରି ଲାଗି ଦିଲ୍ଲୀ ପୁଲିସ ନଗଦ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା।

ଦିଲ୍ଲୀ ପୋଲିସ ଦୀପ ସିଦ୍ଧୁ ,ଜୁରାଜ ସିଂ , ଗୁରଜିତ ସିଂ ଏବଂ ଗୁରଜତ ସିଂଙ୍କ ଗିରଫ ପାଇଁ ସେମାନଙ୍କ ସମ୍ପର୍କରେ ଯେଉଁ ମାନେ ସୂଚନା ଦେବେ ସେମାନଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲା । ସେହିପରି ହିଂସାରେ ଜଡ଼ିତ ଥିବା ଅଭିଯୁକ୍ତ ଜାଜବିର ସିଂ , ବୁଟା ସିଂ , ସୁଖଦେବ ସିଂ ଏବଂ ଇକବାଲ ସିଂ ଙ୍କ ଗିରଫ ପାଇଁ ସୂଚନା ଦେବା ବ୍ୟକ୍ତିଙ୍କୁ ୫୦,୦୦୦ ଟଙ୍କାର ରାଶି ପ୍ରଦାନ କରାଯିବ । ଲାଲକିଲ୍ଲାରେ ହୋଇଥିବା ହିଂସାକାଣ୍ଡରେ ଅଭିଯୁକ୍ତ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁ ବିହାରରେ ଲୁଚି ରହିଥିବା ନେଇ ପୂର୍ବରୁ ସୂଚନା ମିଳିଥିଲା ।

ତେବେ ସାଧାରଣତନ୍ତ୍ର ଦିବସରେ ଜାତୀୟ ରାଜଧାନୀ ଅଞ୍ଚଳରେ ଘଟିଥିବା ହିଂସାକାଣ୍ଡ ସମ୍ବନ୍ଧୀୟ ପଞ୍ଜିକୃତ ଏତଲା ଏବଂ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରିବା ଲାଗି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ମଧ୍ୟ ପୋଲିସକୁ ନିର୍ଦେଶ ଦେଇଥିଲେ। ଆଜି ଦୀପ ସିଦ୍ଧୁକୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି।

Comments are closed.