ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ଆଜି ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ୧୩ଟି ରାଜ୍ୟର ୮୮ ଆସନରେ ଆରମ୍ଭ ହୋଇଛି ମତଦନ । ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି।

କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ଉତ୍ତରପ୍ରଦେଶର ୮, ମହାରାଷ୍ଟ୍ରର ୮, ମଧ୍ୟପ୍ରଦେଶର ୭, ବିହାରର ୫, ଆସାମର ୫, ଛତିଶଗଡ଼ର ୩, ପଶ୍ଚିମବଙ୍ଗର ୩ ଏବଂ ମଣିପୁର, ତ୍ରିପୁରା ଓ ଜାମ୍ମୁ କାଶ୍ମୀରର ଗୋଟିଏ ଲେଖାଏଁ ଆସନ ପାଇଁ ସକାଳୁ ମତଦାନ ଚାଲିଛି। ଏହା ଭିତରେ ରହିଛି କେରଳର ସମସ୍ତ ୨୦ଟି ଯାକ ସିଟ୍।

ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ମଧ୍ୟପ୍ରଦେଶର ବେତୁଲ ଆସନରେ ଭୋଟ୍ ହେଉନାହିଁ। ଏ ସବୁ ରାଜ୍ୟରେ ପ୍ରାୟ ୧୬ କୋଟି ଭୋଟର ୧୨୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନ ଲାଗି ୧ ଲକ୍ଷ ୬୭ ହଜାର ପୋଲିଂ ବୁଥର ବ୍ୟବସ୍ଥା କରାଯାଇଛି।

ଆଜି ମତଦାନ ହେଉଥିବା ରାଜ୍ୟ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ନକ୍ସଲ ଉପଦ୍ରୁତ ଓ ସମ୍ବେଦନଶୀଳ ଅଞ୍ଚଳ ଉପରେ ସ୍ୱତନ୍ତ୍ର ଫୋକସ୍ ଦିଆଯାଇଛି।

Comments are closed.