ରାଜ୍ୟରେ ପୁଣି ବଢିଲା ବସ୍ ଭଡା

ଭୁବନେଶ୍ୱର,୮ ।୨ : ରାଜ୍ୟରେ ପୁଣିଥରେ ବଢିଛି ବସ୍ ଭଡ଼ା । ସାଧାରଣ ବସ୍ ଭଡା କିଲୋମିଟର ପିଛା ୬ ପଇସା ବଢ଼ିଥିବା ଜଣାପଡିଛି । ସାଧାରଣ ବସ୍‌ ଭଡ଼ା‌ କିଲୋମିଟର ପିଛା ୭୪ ପଇସା ଥିଲା ବେଳେ ଏବେ ତାହା ବୃଦ୍ଧି ପାଇ ୮୦ ପଇସା ହୋଇଛି । ସେହିପରି ଏକ୍ସପ୍ରେସ ଭଡ଼ା ୭ ପଇସା ବଢିଥିବା ବେଳେ ଡିଲକ୍ସ ବସ୍ ଭଡା ୨ ପଇସାକୁ ବୃଦ୍ଧି ପାଇଛି । ଏହା ସହ ଏସି ଡିଲକ୍ସ ଭଡ଼ା ୮ ପଇସା ବଢିଛି । ପ୍ରଥମ ଥର ପାଇଁ ସୁପର୍‌ ପ୍ରିମିୟମ୍‌ ବସ୍‌ ନିମନ୍ତେ ସ୍ବତନ୍ତ୍ର ଭାବେ ଦର ଧାର୍ଯ୍ୟ କରାଯାଇଛି । ଏହି ବସ୍‌ ଭଡ଼ା କିଲୋମିଟର ପିଛା ୨ ଟଙ୍କା ୧୭ ପଇସା କରାଯାଇଛି ।

ଗତ ୨୦ ତାରିଖ ଦିନ ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା ଏକ ପଇସା ଲେଖାଏଁ ବଢିଥିଲା । ସାଧାରଣ ବସ୍ ଭଡା ୭୩ ପଇସାରୁ ୭୪କୁ ବୃଦ୍ଧି କରାଯାଇଥିଲା । ସେହିପରି ଏକ୍ସପ୍ରେସ୍‌ ବସ୍ ଭଡା ୭୬ ପଇସାରୁ ୭୭ ପଇସାକୁ ବୃଦ୍ଧି ପାଇଥିଲା । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ଭଡା ଦୁଇ ପଇସା ଲେଖାଏଁ ବୃଦ୍ଧି କରାଯାଇଥିଲା । ଡିଲକ୍ସ ବସ୍ ଭଡା ୧ ଟଙ୍କା ୭ ପଇସାରୁ ୧ ଟଙ୍କା ୯ ପଇସାକୁ ବୃଦ୍ଧି ପାଇଥିବା ବେଳେ ଏସି ଡିଲକ୍ସ ବସ ଭଡା ୧ ଟଙ୍କା ୨୯ ପଇସାରୁ ୧ ଟଙ୍କା ୩୧ ପଇସା ବୃଦ୍ଧି କରାଯାଇଥିଲା। ଦିନକୁ ଦିନ ତୈଳ ଦର ବୃଦ୍ଧି ଯୋଗୁଁ ଏହାର ପ୍ରଭାବ ବସ ଭଡା ଉପରେ ପଡୁଛି । ବସ ଭଡା ବଢିବା ଯୋଗୁଁ ଏହା ଯାତ୍ରୀମାନଙ୍କ ଯାତାୟତରେ ପ୍ରଭାବ ପକାଇପାରେ ।

Comments are closed.