ଆପଣ ଚାଲୁଛନ୍ତି ଓଲଟା !

ଭୁବନେଶ୍ୱର: କର୍ମ ବହୁଳ ଜୀବନ ହେତୁ ନିଜକୁ ସମୟ ଦେବାରେ ଆମେ ଅବହେଳା କରୁଛେ । ସୁସ୍ଥ ରହିବା ପାଇଁ ସମୟ ବାହାର କରି ସକାଳେ ଏବଂ ସନ୍ଧ୍ୟାରେ ଚାଲିବା ଉଚିତ । ଚାଲିବା ଦ୍ୱାରା ଆମ ଶରୀରକୁ ବହୁତ ଫାଇଦା ମିଳିଥାଏ । ଏହାଦ୍ୱାରା ଆମେ ପରିବେଶକୁ ଉପଭୋଗ କରିପାରୁ ଓ ଲୋକ ମାନଙ୍କ ସହ ସମୟ ମଧ୍ୟ ବିତାଇ ପାରୁ ଯାହା ଦିନ ସାରା ଫ୍ରେସ ରହିବା ଓ ମନ ସ୍ଥିର ରଖିବାରେ ସହାୟକ ହୋଇଥାଏ । ଡାକ୍ତର ଏବଂ ବିଶେଷଜ୍ଞମାନେ ମଧ୍ୟ ଅନେକ ସମୟରେ ଏହି ପରାମର୍ଶ ଦେଇ ଥାଆନ୍ତି ।

କିନ୍ତୁ କ’ଣ ଆପଣ ପଛୁଆ ବା ଓଲଟା ଚାଲିବା ବିଷୟରେ କେବେ ଭାବିଛନ୍ତି କି? କିଛି ଲୋକ ମଜାଳିଆ ଢଙ୍ଗରେ ପଛୁଆ ଚାଲି ଥାଆନ୍ତି ବା ରିଭର୍ସ ୱାକିଙ୍ଗ୍‌ କରି ଥାଆନ୍ତି । କିନ୍ତୁ ଆପଣ ଏହି ଉପାୟରେ ଆପଣଙ୍କ ଶରୀରକୁ ମଧ୍ୟ ଲାଭ ପହଞ୍ଚାଇ ପାରିବେ । ବିଶେଷଜ୍ଞ କୁହନ୍ତି ଓଲଟା ଚାଲିବା ଆମ ହାର୍ଟ, ମସ୍ତିଷ୍କ ଏବଂ ମେଟାବୋଲିଜିମ୍‌ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ସାଧାରଣ ଚାଲି ତୁଳନାରେ ବହୁତ ଜଲଦି କ୍ୟାଲୋରୀ ହ୍ରାସ କରିଥାଏ ।

୧୦ ଗୁଣା ଅଧିକ ଲାଭଦାୟକ ହୋଇଥାଏ ଓଲଟା ଚାଲିବା ।
ତେବେ ଜଣେ ପ୍ରସିଦ୍ଧ ଲେଖକ ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞ ଲୋରୀ ଶେମେକଙ୍କ ଅନୁସାରେ, ୧୦୦ ପାଦ ଓଲଟା ଚାଲିବା ନର୍ମାଲ ୱାକିଙ୍ଗର ୧୦୦୦ ପାଦ ବରାବର ହୋଇଥାଏ । ତାଙ୍କ କହିବା ହେଲା, ଓଲଟା ଚାଲିବା ଦ୍ୱାରା ମଣିଷର ହାର୍ଟ ଜୋରରେ ସ୍ପନ୍ଦନ ହୋଇଥାଏ, ଯଦ୍ଦ୍ୱାରା ଶରୀରର ଅନ୍ୟାନ୍ୟ ଅଙ୍ଗକୁ ରକ୍ତ ଏବଂ ଅମ୍ଳଜାନ ଶୀଘ୍ର ସପ୍ଲାଇ ହୋଇଥାଏ ।

ଜାଣନ୍ତୁ ୫ଟି ଫାଇଦା

– ମାଂସପେଶୀ ପାଇଁ ଲାଭଦାୟକ: ଓଲଟା ଚାଲିବା ଦ୍ୱାରା ଆମର କାଫ୍‌ ମାଂସପେଶୀ, କ୍ୱାଡ୍ରିସେପ୍ସ, ଗ୍ଲୁଟୁସ୍‌ ଉପରେ ଭଲ ପ୍ରଭାବ ପଡିଥାଏ ଏବଂ ଏହା ମସ୍ତିଷ୍କକୁ ଭିନ୍ନ ଭାବରେ ସଞ୍ଚାଳନ କରିବାରେ ସାହାଯ୍ୟ କରିଥାଏ ।
– ଷ୍ଟ୍ରୋକ ରୋଗୀମାନେ ନିଶ୍ଚୟ ଚେଷ୍ଟା କରନ୍ତୁ: ଜଣେ ବିଶେଷଜ୍ଞ କହିଛନ୍ତି, ଓଲଟା ଚାଲିବାର ଅଭ୍ୟାସ ଷ୍ଟ୍ରୋକ ରୋଗୀଙ୍କୁ ପୁଣିଥରେ ଚାଲିବା ଶିଖାଇ ପାରେ ।
– ହାର୍ଟ ପାଇଁ ଭଲ ହୋଇଥାଏ ରିଭର୍ସ ୱାକିଙ୍ଗ୍‌ : ରିଭର୍ସ ୱାକିଙ୍ଗ୍‌ ଦ୍ୱାରା ଶରୀରର ଅଙ୍ଗଗୁଡ଼ିକର ସନ୍ତୁଳନରେ ସୁଧାର ଆସିଥାଏ । ତଳ ଅଙ୍ଗର ପ୍ରୋପ୍ରିଓସେପ୍ସନ ଏବଂ ଚାଲିରେ ସମଗୁରୁତ୍ୱ ବଜାୟ ରହିଥାଏ । ରିଭର୍ସ ୱାକିଙ୍ଗ୍‌ ହୃଦୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ବୋଲି କୁହାଯାଇଛି । ଏହାଦ୍ୱାରା ଆଣ୍ଠୁରେ ଆର୍ଥ୍ରାଇଟିସର ଲକ୍ଷଣରୁ ମୁକ୍ତି ମିଳିପାରେ ।
– ମେଟାବୋଲିଜିମ୍‌ ବୁଷ୍ଟ ହୋଇଥାଏ: ଓଲଟା ଚାଲିବା ଦ୍ୱାରା ଜୋରରେ ହୃଦ୍‌ ସ୍ପନ୍ଦନ ହୋଇଥାଏ । ଏହାଦ୍ୱାରା ମେଟାବୋଲିଜିମ୍‌ ବୁଷ୍ଟ ହେବା ସହିତ ଆପଣ କମ୍‌ ସମୟ ମଧ୍ୟରେ ଅଧିକ କ୍ୟାଲୋରୀ ହ୍ରାସ କରେଇ ନିଅନ୍ତି । ଏହା ଶରୀରର ବାଲାନ୍ସ ପାଇଁ ମଧ୍ୟ ଏକ ଭଲ ବ୍ୟାୟାମ ହୋଇଥାଏ ।
– ଆଖିର ଉଜ୍ଜ୍ୱଳତା ବଜାୟ ରହିବ: ଓଲଟା ଚାଲି ଆମ ଶରୀରର ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହାଦ୍ୱାରା ଆଖିର ଉଜ୍ଜ୍ୱଳତା ଭଲ ରହିଥାଏ ।

Comments are closed.