ଆପଣ ପିୟୁଛନ୍ତି କି ନିମ୍ବ ଚା, ଜାଣନ୍ତୁ କଣ ମିଳେ ଫାଇଦା

ନିମ୍ବ ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ । ନିମ୍ବ ଔଷଧିୟ ଗୁଣରେ ଭରପୁର ହୋଇଥାଏ । ଆୟୁର୍ବେଦରେ ନିମ୍ବ ବ୍ୟବହାର କରାଯାଇଥାଏ । ନିମ୍ବ ସେବନ କରିବା ଦ୍ୱାରା ରକ୍ତ ସଫା ତ ହୋଇଥାଏ । ଏହା ଆମର ଚର୍ମର ଉଜ୍ଜଳତା ମଧ୍ୟ ଆଣିଥାଏ । ନିମ୍ବ ପତ୍ରରେ ପ୍ରସ୍ତୁତି ଚା’ ସେବନ ଦ୍ୱାର ବହୁ ପ୍ରକାର ଲାଭ ମିଳିଥାଏ । ଏଥିରେ ଥିବା ଫ୍ଲୋବେନାଇଡସ, ଏଣ୍ଟି ଅକ୍ସିଡାଣ୍ଟସ, ଏଣ୍ଟି ଭାଇରାଲ ଓ ଏଣ୍ଟି ଇନଫ୍ଲାମେଟାରୀ ଗୁଣ ମିଳିଥାଏ । ଯାହା ଶରୀରର ବହୁ ରୋଗ ଭଲ କରିବାରେ ସହାୟକ ହୋଇଥାଏ । ଆସନ୍ତୁ ଜାଣିବା ନିମ୍ବ ଚା’ ର ଫାଇଦା ।

ନିମ୍ବ ଚା’ର ଫାଇଦା
୧. ଇମ୍ୟୁନିଟି ବଢ଼ାଇବାରେ ବହୁତ ଫାଇଦା
ଇମ୍ୟୁନିଟି ବଢ଼ାଇବା ପାଇଁ ନିମ୍ବ ଚା’ ସେବନ ବହୁତ ଲାଭକାରୀ ହୋଇଥାଏ । ନିମ୍ବ ଚା’ରେ ଏମିତି କିଛି ତତ୍ୱ ରହିଛି ଯାହା ଇମ୍ୟୁନିଟି ବଢ଼ାଇବାରେ ସାହାଯ୍ୟ କରିଥାଏ । ଏହା ଶରୀରର ବହୁ ରୋଗ ନଷ୍ଟ କରିଥାଏ ।

୨. ଦୁଶ୍ଚିନ୍ତା ଦୂର କରିବାରେ ଲାଭକାରୀ
ଦୁଶ୍ଚିନ୍ତା ଦୂର କରିବାରେ ନିମ୍ବ ଚା’ ସେବନ ବହୁତ ଲାଭକାରୀ ହୋଇଥାଏ । ଏଥିରେ ଥିବା କିଛି ଏମିତି ତତ୍ୱ ଦୁଶ୍ଚିନ୍ତା ଦୂର କରିଥାଏ ।

୩. ରକ୍ତ ସଫା କରିବାରେ ଲାଭକାରୀ
ରକ୍ତ ସଫା କରିବାରେ ନିମ୍ବ ଚା’ ସେବନ ବହୁତ ଲାଭକାରୀ ହୋଇଥାଏ । ନିମ୍ବ ଚା’ ପିଇବା ଦ୍ୱାରା ଶରୀରରେ ରକ୍ତ ପରିସ୍କାର କରିଥାଏ । ଫଳରେ ଶରୀରର ବହୁ ରୋଗ ଦୂର କରିଥାଏ ।

୪. ଚର୍ମ ପାଇଁ ରାମବାଣ
ଚର୍ମ ସମ୍ପର୍କିତ ଯେତେ ସବୁ ସମସ୍ୟା ରହିଛି ନିମ ଚା’ ଏଥିପାଇଁ ବହୁତ ଲାଭାକାରୀ ହୋଇଥାଏ । ନିମ୍ବ ଚା’ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ । ଫଳରେ ଚର୍ମ ସମସ୍ୟା ଦୂର କରିବା ସହ କେଶ ସମସ୍ୟା ମଧ୍ୟ ଦୂର କରିଥାଏ ।

Comments are closed.