ବଡ ଖବର, ବାଲିମୁକ୍ତ ହେବ କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ : ଅନେକ ଇତିହାସକୁ ଜାବୁଡି ଧରିଛି କୋଣାର୍କ ସୂର୍ଯ୍ୟମନ୍ଦିର। ବାଲି ଭର୍ତ୍ତି ସୂର୍ଯ୍ୟ ମନ୍ଦିରରୁ ବାଲି କଢାଯିବ । ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରି ବାଲି କଢାଯିବ । ବୈଷୟିକ ଜ୍ଞାନ କୌଶଳ ଯୋଗାଇବାକୁ ଘରୋଇ କଂପାନୀ ବିଡିଆର ନିର୍ମାଣ ପ୍ରାଇଭେଟ ଲିମିଟେଡକୁ ଟେଣ୍ଡର ଦିଆଯାଇଛି । ଏହି ଘରୋଇ କଂପାନୀ କେବଳ ବୈଷୟିକ ଜ୍ଞାନ କୌଶଳ ଯୋଗାଇବ । ବାଲି କାଢିବା କାର୍ଯ୍ୟରେ ଏଏସଆଇ କର୍ମଚାରୀ ନିୟୋଜିତ ରହିବେ ବୋଲି ସୂଚନା ମିଳିଛି । ଗର୍ଭଗୃହରୁ ବାଲିକଢା କାମ ୩ବର୍ଷରେ ସାରିବାକୁ ଏକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ବୈଷୟିକ ଜ୍ଞାନ କୌଶଳ ଲାଗି ଘରୋଇ କଂପାନୀର କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ମେକାନିକାଲ ୱାର୍କିଂ ପ୍ଲାଟଫର୍ମ ନିର୍ମାଣ ଆରମ୍ଭ ହୋଇଛି । ପ୍ରଥମରୁ ଗଭଗୃହ ସଂଲଗ୍ନ ପଶ୍ଚିମ ଦ୍ୱାର ପଟୁ ଗର୍ତ୍ତ କରି ବାଲି କଢାଯିବ । ଏନେଇ ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟଣ୍ଟ ଅରୁଣ ମଲ୍ଲିକ ସୂଚନା ଦେଇଛିନ୍ତି । ବାଲି କାଢିବା ଲାଗି ଆଜି ଏଏସଆଇ ପକ୍ଷରୁ ଭୂମି ପୂଜନ ହୋଇଛି । ସୂଚନାଥାଉ ଯେ, ସୂର୍ଯ୍ୟମନ୍ଦିରର ସୁରକ୍ଷା ପାଇଁ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇଥିଲା । ୧୯୦୩ ମସିହାରେ ଇଂରେଜମାନେ ଗର୍ଭଗଅହରେ ବାଲି ଭର୍ତ୍ତି କରିଥିଲେ।

Comments are closed.