ପର୍ଯ୍ୟଟନ ବୁଲିବା ହେଲା କାଳ, କୁଣ୍ଡରେ ବୁଡି ଯୁବକଙ୍କ ମୃତ୍ୟୁ
କେନ୍ଦୁଝର, ସଂଗ୍ରାମ କେଶରୀ ମିଶ୍ର : ସରକାର ଲକ ଡାଉନକୁ କୋହଳ କରିବା ପରେ ସାଧାରଣ ଜନଜୀବନ ଏକ ପ୍ରକାର ସ୍ୱାଭାବିକ ହୋଇଛି । ଏହି ସ୍ୱାଭାବିକ ପରେ ପଦାକୁ ଗୋଡ଼ କାଢ଼ିଛନ୍ତି ଯୁବ ଗୋଷ୍ଟି । ପର୍ଯ୍ୟଟନ ସ୍ଥଳ ଖଣ୍ଡାଧାରକୁ କେନ୍ଦୁଝର ସହରର କିଛି ଯୁବକ ବୁଲିବାକୁ ଯାଇଥିଲେ । ସେଠାରେ ସେମାନେ ଭୋଜି କରିବା ସହ ଜଳପ୍ରପାତ କୁଣ୍ଡରେ ଗାଧେଇଥିଲେ । ଏହି ଗାଧେଇବା ବେଳେ ଅସାବଧାନତା ଯୋଗୁଁ କୁଣ୍ଡରେ ବୁଡି ଯୁବକ ନିଖୋଜ ହୋଇଥିଲେ । ଯୁବକଙ୍କୁ ଅନ୍ୟ ସାଙ୍ଗ ମାନେ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ସ୍ଥାନୀୟ ବାସିନ୍ଦାଙ୍କୁ ଜଣେଇଥିଲେ। ନିଖୋଜ ଯୁବକ ଜଣକ କେନ୍ଦୁଝର ସହରର ଚର୍ଚ ଛକ ନିକଟସ୍ଥ ସୌରଭ ସ୍ୱାଇଁ ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଠାରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଦମକଳ ବାହିନୀର ଯୁବକଙ୍କୁ ଉଦ୍ଧାର କରିଛି । ଯୁବକଙ୍କୁ ଉଦ୍ଧାର ପରେ ନୟାକୋଟ ପୋଲିସ ବ୍ୟବଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠେଇ ତଦନ୍ତ ଆରମ୍ଭ କରିଛି । ପ୍ରକାଶଯେ ଉକ୍ତ ଜଳପ୍ରପାତରେ କିଛି ସୁରକ୍ଷା ବ୍ୟବସ୍ଥା ନଥିବାରୁ ବହୁ ସମୟରେ ଦୁର୍ଘଟଣା ଘଟୁଛି ।
Comments are closed.