ଦନ୍ତା ହାତୀ ଆକ୍ରମଣରେ ଯୁବକ ମୃତ

ବଲାଙ୍ଗୀର, ରାଧେଶ୍ୟାମ ହାତୀ : ଆଗଲପୁର ବ୍ଲକ ଲୁହୁରାମୁଣ୍ଡା ଗ୍ରାମରେ ଏକ ଭାବନିୟ ଘଟଣା ଘଟି ଜଣକର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଲୁହୁରାମୁଣ୍ଡା ଗ୍ରାମର ଦେବରାଜ ଜୁଏଡ଼ ନାମକ ଯୁବକ ରଥଯାତ୍ରା ପୂଜା କରିବା ପାଇଁ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ସମୟରେ ହଠାତ ଏକ ଦନ୍ତା ହାତୀ ଆସି ତାଙ୍କୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିବାର ଆସି ମୃତ ଶରୀର ନିକଟରେ ପହଞ୍ଚିଥିଲେ । ଘଟଣା ସ୍ଥଳରେ ଲୋଇସିଂହା ବନବିଭାଗର କର୍ମଚାରୀ ଆସି ଶବ ଜବତ କରି ତଦନ୍ତ କରିଥିବା ଜଣାପଡ଼ିଛି।

Comments are closed.