ବଡ଼ରମା ରେଞ୍ଜ ଉଷାକୋଠି ଅଭୟାରଣ୍ୟରୁ ଚିତା ବାଘର ମୃତ ଦେହ ଉଦ୍ଧାର

ସମ୍ବଲପୁର, ତୁଷବନ୍ତ ଯୋଶୀଙ୍କ ସହ ନବୀନ ଦାଶ : ବାମରା ଡିଭିଜନ ବଡ଼ରମା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁତବ ଗ୍ରାମରେ ଆଜି ଏକ ଚିତା ବାଘର ମୃତ ଦେହ ଉଦ୍ଧାର ହୋଇଛି l ବାଘ ଟି ଗତ ୪/ ୫ ଦିନ ହେବ କୁତବ ଗ୍ରାମ ନିକଟ ଅଭୟାରଣ୍ୟର ୭ ନମ୍ବର ୱାଚ ଟାୱାର ନିକଟ କୁଦାନଖୋଳ ନାମକ ଏକ ଗୁମ୍ଫାରେ ମରି ପଡି ଥିବାର ଗ୍ରାମବାସୀ ଦେଖି ବନବିଭାଗକୁ ସୂଚନା ଦେଇଥିଲେ l ଗ୍ରାମବାସୀଙ୍କ ଠାରୁ ବନ ବିଭାଗ କର୍ମଚାରୀ ମାନେ ସୂଚନା ପାଇ ଘଟଣା ସ୍ଥଳରେ ପହଂଚି ମୃତ ବାଘକୁ ଉଦ୍ଧାର କରିଥିଲେ l ଜମନକିରା ବ୍ଲକ ପଶୁ ଚିକିତ୍ସକ ଡ.ଏସ.ପି. ସିଂ ବରିହା ବାଘର ଶବ ବ୍ୟବଛେଦ କଲା ପରେ ବନ ବିଭାଗ କର୍ମଚାରୀ ମାନେ ସେହି ନିକଟରେ ମାଟିରେ ପୋତି ଦେଇଥିଲେ l ଏହି ସ୍ଥାନଟି ସମ୍ବଲପୁର ଦେବଗଡ଼ ୫୩ ନମ୍ବର ଜାତୀୟ ରାଜପଥରୁ ମାତ୍ର ୧୦ କିଲୋମିଟର ଦୂର ଅଟେ l ବାଘଟି ବୟସାଧିକ କାରଣ ଯୋଗୁଁ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି l ବାଘର ମୃତଦେହ ମିଳିବା ପରେ ଅଞ୍ଚଳବାସୀ ଏକପ୍ରକାର ଆତଙ୍କିତ ହୋଇପଡିଛନ୍ତି l ଘଟଣା ସ୍ଥଳକୁ ସମ୍ବଲପୁର ଆରସିସିଏଫ ଚିତ୍ତ ରଞ୍ଜନ ମିଶ୍ର, ବାମରା ଡ଼ିଏଫଓ ନୃସିଂହ ଚରଣ ମିଶ୍ର, ଏସିଏଫ ଯଦୁମଣି କେର୍କେଟା, ରାଜେନ୍ଦ୍ର କୁମାର ନାୟକ, ପ୍ରମୁଖ ପହଂଚିଥିଲେ । ତେବେ ଏହା ମାଫିଆଙ୍କ କାମ ହୋଇଥାଇ ପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Comments are closed.