ରାଉରକେଲା ସରକାରୀ ଡାକ୍ତରଖାନାର ଦୁଇ ଡାକ୍ତରଙ୍କୁ କରୋନା

ରାଉରକେଲା, ସୁବ୍ରତ ଜେନା : ଆଜି ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ୧୮ ଜଣ କରୋନା ପଜିଟିଭ ଚିଂହଟ ହୋଇଛନ୍ତି। ସେଥିମଧ୍ୟରୁ ରାଉରକେଲା ସରକାରୀ ଡାକ୍ତରଖାନାର ଦୁଇ ଜଣ ଡାକ୍ତର ଥିବା ବେଳେ ରାଉରକେଲା ସ୍ଵତନ୍ତ୍ର ଜେଲର ୬ ଜଣ ବିଚାରାଧୀନ କଏଦୀ ରହିଛନ୍ତି । ଦୁଇ ଡାକ୍ତରଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବାବେଳେ କଏଦୀଙ୍କୁ ଜେଲ ଭିତରେ କ୍ୱାରେଣ୍ଟାଇନରେ ରଖା ଯାଇଥିବା ସୂଚନା ରହିଛି। ଏହା ସହ ପ୍ରଶାସନ ପକ୍ଷରୁ ଡାକ୍ତରଖାନା ଓ ଜେଲକୁ ସାନିଟାଈଜ କରାଯାଉଛି। କାର୍ଯ୍ୟରତ ଡାକ୍ତରଙ୍କ କଣ୍ଟାକ ଟ୍ରେସିଙ୍ଗ ଜାରିରହିଛି ।

Comments are closed.