ଗୁଳି ଫୁଟାଇ ଭୁଜାଳିରେ ହାଣି ଲୁଟିନେଲେ ୮ ଲକ୍ଷରୁ ଅଧିକ ଟଙ୍କା

କେନ୍ଦୁଝର, ସଂଗ୍ରାମ କେଶରୀ ମିଶ୍ର : ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥ ଠାକୁରଡ଼ିହି ନିକଟରେ ଉତ୍କଳ କାରଗୋ ନାମକ ଏକ ଖଣିଜ ପଦାର୍ଥ ପରିବହନ ସଂସ୍ଥା ର କର୍ମଚାରୀ ମାନେ ନଗଦ ୮ ଲକ୍ଷରୁ ଉର୍ଦ୍ଧ ଟଙ୍କା ଧରି କେନ୍ଦୁଝରରୁ ସୁଆକାଟି ସ୍ଥିତ ଓଏମସି ଖଣିକୁ ଯାଉଥିବାବେଳେ ଏକ ନମ୍ବର ବିହୀନ କଳା ପଲସରରେ ତିନିଜଣ ଦୁର୍ବୁତ ଆସି ସଂମ୍ପୃକ୍ତ କର୍ମଚାରୀଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଭୁଜାଲିରେ ଆକ୍ରମଣ କରିଥିଲେ । ତାସତ୍ୱେ ପରିବହନ କର୍ମଚାରୀମାନେ ଟଙ୍କା ନଦେବାରୁ ଦୁର୍ବୁତ ମାନେ ଗୁଳି ଚଳାଇବାକୁ ପଛାଇ ନଥିଲେ । ଶେଷରେ ଜୀବନ ଭୟରେ ଟଙ୍କା ବ୍ୟାଗକୁ ଛାଡି ଜୀବନ ବଞ୍ଚାଇବାକୁ ସେଠାରୁ ଚାଲି ଯାଇଥିଲେ । ଦୁର୍ବୁତ୍ତମାନେ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ । ଖବର ପାଇ ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Comments are closed.