ବିଜୁଳି ବିଲକୁ ନେଇ ଚିନ୍ତିତ କି? କରନ୍ତୁ ଏପରି
ଭୁବନେଶ୍ୱର: ଘରେ ମାସ ଶେଷରେ ଚିନ୍ତା ବଢ଼ାଇଥାଏ ବିଜୁଳି ବିଲ । ମାସ ସାରା ସତର୍କ ରହିଲେ ମଧ୍ୟ ଅଜାଣତରେ କିଛି ଭୁଲ ଆମ ରାତିର ନିଦ ଉଡେ଼ଇ ଦେଉଛି । ଆଜିକାଲି ପ୍ର୍ରତିଟି ଘରେ ଟିଭି, ଫ୍ରିଜ, କୁଲର, ୱାସିଂମେସିନ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଇଲେଟ୍ରୋନିକ ଜିନିଷ । ଏଥିପାଇଁ ନା ଏସøବୁ ଜିନିଷର ବ୍ୟବହାର କମାଇପାରିବା ନା ଇଲେକ୍ଟ୍ରିବିଲ । କିନ୍ତୁ କିଛି ସଚେତନା ଅବଲମ୍ବନ କରିବା ଦ୍ୱାରା ଆମେ ଆମ ବିଜୁଳି ବିଲ ଉପରେ କଣ୍ଟୋଲ ରଖି ପାରିବା । ଯଦି ଆପଣ ମଧ୍ୟ ଆପଣଙ୍କ ଇଲେକ୍ଟ୍ରିକ ବିଲକୁ ନେଇ ଚିନ୍ତିତ ତେବେ ନିମ୍ନୋକ୍ତ କେତୋଟି ଟିପ୍ସକୁ ଆପଣାଇଲେ କିଛିମାତ୍ରାରେ ବିଜୁଳି ବିଲ୍ କମାଇ ପାରିବେ ।
– ଯଦି ରୁମରେ କେହିନାହାନ୍ତି ଏବଂ ସେଠାରେ ଲାଇଟ୍ ଜଳୁଛି କିମ୍ବା ଫ୍ୟାନ୍ ବୁଲୁଛି, ତେବେ ସେ ରୁମର ଲାଇଟ୍ ଓ ଫ୍ୟାନର ସୁଇଚ୍ ଅଫ୍ କରିଦିଅନ୍ତୁ ।
– ବେଳେବେଳେ ଆପଣ ବାଥରୁମ୍ ଯାଇଥିବେ, କିନ୍ତୁ ଲାଇଟ୍ ଅନ କରିଥିବେ । ସୁଇଚ୍ ଅଫ୍ କରିବାକୁ ଭୁଲିଯାନ୍ତି । ଏଥିପାଇଁ ସତର୍କ ରହିବା ଉଚିତ୍ ।
– ରୋଷେଇ ଘରେ ଯଦି ଆବଶ୍ୟକ ପଡୁଛି ଲାଇଟ୍ ସୁଇଚ୍ ଅନ କରନ୍ତୁ । ଯେତେବେଳେ ଆପଣ ରୋଷେଇ ଘରେ ନାହାନ୍ତି, ତେବେ ଲାଇଟ ସୁଇଚ୍ ଅଫ୍ କରିଦିଅନ୍ତୁ ।
– ଯଦି ଆପଣ ଏସି କିମ୍ବା ଫ୍ରିଜ୍ କିଣୁଛନ୍ତି, ଚେଷ୍ଟା କରନ୍ତୁ ୫ ଷ୍ଟାର ଥିବା ଏସି କିମ୍ବା ଫ୍ରିଜ କିଣିବା ପାଇଁ । ଏହା ଆପଣଙ୍କ ବିଜୁଳି ବିଲ୍ କମ କରିବାରେ ସାହାଯ୍ୟ କରିବ ।
– ଯଦି ଆପଣ ଘରେ କିଛିଦିନ ରହୁନାହାନ୍ତି, ତେବେ ଫ୍ରିଜ ସୁଇଚ୍ ଅଫ୍ କରିଦିଅନ୍ତୁ ।
– ଲାଇଟ, ଟିଭି, କୁଲର, ଏସି ଆଦି ଆବଶ୍ୟକ ପଡିଲେ ଚଲାନ୍ତୁ । କୌଣସି ଜିନିଷ ଆବଶ୍ୟକ ନ ଥିଲେ ଚଲାନ୍ତୁ ନାହିଁ ।
– ଯଦି ଆପଣ ଆପଣଙ୍କ ଇଲେକଟ୍ରିକ୍ ବିଲକୁ ନେଇ ଚିନ୍ତିତ ତେବେ ଘରେ ସବୁବେଳେ ଏଲଇଡି ଲାଇଟ୍ ବ୍ୟବହାର କରନ୍ତୁ ।
Comments are closed.