ନୂଆ ବେଶରେ ସଲମାନ

ବଲିଉଡ ଭାଇଜାନ ସଲମାନ ଖାନଙ୍କ ନୂଆ ରୂପ । ଡିସେମ୍ବର ୩୦ରେ କିସି କା ଭାଇ କିସ କା ଜାନ ଚଳଚ୍‌ଚିତ୍ର ମୁକ୍ତିଲାଭ କରିବ । ଏହି ଚଳଚ୍‌ଚିତ୍ରଟି ଗଲା କିଛି ମାସ ହେବା ଚର୍ଚ୍ଚା ପ୍ରସଙ୍ଗରେ ରହିଛି ।

ମୁଖ୍ୟ ଆକର୍ଷଣ ହେଲା ବଲିଉଡର ସୁଲତାନ ସଲମାନ ଖାନ ଏଥିରେ କାମ କରିଛନ୍ତି । ତାଙ୍କ ସହ ପୂଜା ହେଗଡେ, ଶେହନାଜ ଗିଲ ମଧ୍ୟ ଦେଖାଦେବେ । ଲଦାଖରେ ଏହାର ଅର୍ଦ୍ଧାଧିକ ଭାଗ ସୁଟିଂ ହୋଇଛି । ଶେଷ ପର୍ଯ୍ୟୟରେ ଆଉ କୋତୋଟି କାମ ଚାଲିଛି ।

ଚଳଚ୍‌ଚିତ୍ରର ପ୍ରଥମ ଦୃଶ୍ୟ ମୁକ୍ତଲାଭ ହୋଇଛି । ସଲମାନ ନୂଆ ରୂପରେ ଦର୍ଶକଙ୍କ ସମ୍ମୁଖକୁ ଆସିଛନ୍ତି । ବହୁ ବର୍ଷ ପରେ ସେ ଲମ୍ବା କେଶ ରଖିଥିବାରୁ ପ୍ରଶଂସକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଛି । ଶେଷଥର ସଲମାନ ରାଧେ ଚଲଚ୍‌ଚତ୍ରରେ ଭିନ୍ନ କେଶସଜ୍ଜାରେ ଦେଖା ଦେଇଥିଲେ ।

Comments are closed.