ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା
ଭାରତର ଜାଭେଲିନ ଷ୍ଟାର ନୀରଜ ଚୋପ୍ରା ପୁଣି ଏକ ବିଶ୍ୱ ରେକଡର଼୍ ସ୍ଥାପନ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ଡାଇମଣ୍ଡ ଲିଗ୍ ଟାଇଟଲ ଜିତି ଇତିହାସ ରଚିଛନ୍ତି । ଫାଇନାଲ ରାଉଣ୍ଡରେ ନୀରଜ ୮୮ ପଏଣ୍ଟ ୪୪ ମିଟର ଦୂର ଜାଭେଲିନ୍ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅନ୍ୟ କୌଣସି ପ୍ରତିଯୋଗୀ ତାଙ୍କ ନିକଟତର ହୋଇପାରି ନଥିଲେ ।
ନୀରଜଙ୍କ ପ୍ରଥମ ପ୍ରୟାସ ଫାଉଲ ରହିଥିବା ବେଳେ ସେ ପରବର୍ତ୍ତୀ ପ୍ରୟାସରେ ଜାଭେଲିନ ଫିଙ୍ଗି ସେ ପ୍ରଥମ ସ୍ଥାନ ଅକ୍ତିଆର କରିନେଇଥିଲେ ।
ଚେକ ରିପବ୍ଲିକର ଜାକୁବ ଭାଲଡେଜ ସର୍ବାଧିକ ୮୬.୯୪ ମିଟର ଦୂର ଜାଭେଲିନ୍ ଫିଙ୍ଗି ଦ୍ୱିତୀୟ ସ୍ଥାନରେ ରହିଥିଲେ । ଜର୍ମାନୀର ଜୁଲିଆନ ୱେର ସର୍ବାଧିକ ୮୩.୭୩ ମିଟର ଦୂର ଜାଭେଲିନ୍ ଫିଙ୍ଗିଥିଲେ ।
Comments are closed.