ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଠାରେ ବିଶ୍ୱ ମୃତ୍ତିକା ଦିବସ ପାଳିତ

ମାଲକାନଗିରି (ଅପୂର୍ବ ଥଣ୍ଡର ) : ମାଲକାନଗିରି ସଦରମହାକୁମା ସ୍ଥିତ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଠାରେ ବିଶ୍ୱ ମୃତ୍ତିକା ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କୃଷିବିଜ୍ଞାନୀ ଡା. ସମ୍ୟ ରଞ୍ଜନ ଦାଶ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ । ଏହି କାଯ୍ୟକ୍ରମରେ ଉପସ୍ଥିତ ରହିଥିବା ଅତିଥିମାନେ ମୃତ୍ତିକା ଦିବସ ସମ୍ପର୍କରେ ଚାଷୀଙ୍କୁ ମାର୍ଗ ଦର୍ଶନ କରାଇବା ସହ କିଭଳି ମୃତ୍ତିକା ସଂରକ୍ଷଣ କରାଯିବ ଏବଂ ଏହା କିଭଳି ଚାଷ କାର୍ଯ୍ୟ ନିମନ୍ତେ ଉପଯୋଗୀ ହୋଇପାରିବ ସେ ବିଷୟରେ ସଚେତନ କରାଇଥିଲେ । କୃଷିବିଭାଗ, ଫିସେରି, ପଶୁସମ୍ପଦ ଉଦୟାନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିବା ସହ ଜିଲ୍ଲାର ଚାଷୀଙ୍କୁ ସରକାରୀ ଯୋଜନା ବାବଦରେ ବିଶେଷ ସୂଚନା ପ୍ରଦାନ କରିଥିଲେ। ମୃତ୍ତିକା ଦିବସର ଏହି କାଯ୍ୟକ୍ରମରେ ଚାଷୀ ମାନଙ୍କୁ ସ୍ୱାସ୍ଥ୍ୟକାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା l

Comments are closed.