ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ ବାବୁ !!
ଗଜପତି : ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ ବାବୁ | ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଗଜପତିର ନୂଆଗଡ଼ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ରେଡ଼୍ କରିଛି ଭିଜିଲାନ୍ସ । ଏକକାଳୀନ ୪ଟି ସ୍ଥାନରେ ଚଢାଉ ଚାଲିଛି । ନୂଆଗଡ଼ ସ୍ଥିତ ସରକାରୀ କାର୍ଯ୍ୟାଳୟ ଓ ବାସଭବନ,ପାରଳାଖେମୁଣ୍ଡିର ଗାନ୍ଧି ନଗର ସ୍ଥିତ ଭଡ଼ାଘରେ ଚାଲିଛି ଚଢାଉ ।ସେହିପରି ଗୋଷାଣୀ ବ୍ଲକ୍ ସ୍ଥିତ ହରିଶ୍ଚଚନ୍ଦ୍ରପୁରର ପୈତୃକ ଘର ,ଆନ୍ଧ୍ର ପ୍ରଦେଶର ପୁରୁଣାପାଟଣା ସ୍ଥିତ ଘରେ ମଧ୍ୟ ରେଡ଼୍ ପ୍ରକ୍ରିୟା ଚାଲିଛି । ବର୍ତ୍ତମାନ ସୁଦ୍ଧା କୌଣସି ସୁନା ଗହଣାର ତଥ୍ୟ ମିଳିପାରିନଥିବା ବେଳେ ଆନ୍ଧ୍ରରେ ଅନେକ ଘର ଥିବା କାଗଜପତ୍ର ମିଳିଥିବା ସୁଚନା ରହିଛି ।
Comments are closed.