ମାଲକାନଗିରି ଜିଲ୍ଲା ସଦର ମହକୁମାରେ ୫୯ ତମ ଗୃହରକ୍ଷୀ ଦିବସ ପାଳିତ

ମାଲକାନଗିରି (ଅପୁର୍ବ ଥଣ୍ଡର) : ମାଲକାନଗିରି ଜିଲ୍ଲା ସଦର ମହକୁମା ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପ୍ୟାରେଡ଼ ପଡିଆ ଠାରେ ୫୯ ତମ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି । ଚାରି ପ୍ଲାଟୁନ ଗୃହରକ୍ଷୀ ବ୍ୟାଣ୍ଡ ପାର୍ଟିକୁ ନେଇ ପ୍ୟାରେଡ଼ ପ୍ରଦର୍ଶନ କରାଯାଇଛି । ଏହି ଦିବସରେ ଏସପି ପ୍ରହଲ୍ଲାଦ ସାହାଇ ମିନା ଅଭିଭାଷଣ ରଖିଥିଲେ । ନିଜ ଅଭିବାଦନରେ ଶ୍ରୀ ମିନା ସୁରକ୍ଷା କ୍ଷେତ୍ରରେ ଗୃହରକ୍ଷୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ରାଜ୍ୟପାଳ,କେନ୍ଦ୍ର ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଛାବାର୍ତ୍ତା ପାଠ କରିଥିଲେ । ୧୯୭୨ ମସିହା ଚୀନ ଭାରତ ଯୁଦ୍ଧ ସମୟରେ ଦେଶ ଭିତରେ ସୁରକ୍ଷା ପାଇଁ ଡିସମ୍ବେର ୬ ତାରିଖରେ ଏହି ଗୃହରକ୍ଷୀ ବାହିନୀର ପ୍ରତିଷ୍ଠା କରାଯାଇଥିଲା । ସେବେଠାରୁ ଏହି ବାହିନୀ ଜନସାଧାରଣଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଆସୁଛି । ବିଶେଷ କରି କରୋନା ମହାମାରୀ ସମୟରେ ଆଗ ଧାଡ଼ିର ଯୋଦ୍ଧା ଭାବେ ଲୋକଙ୍କୁ ସେମାନେ ସେବା ଯୋଗାଇଥିଲେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀ ଅଭିଳାଷ ଜି,ଡ଼ିଏଫଓ , ଜିଲ୍ଲା ସଦର ମହକୁମାରେ ଥିବା ବରିଷ୍ଠ ପୋଲିସ ଅଧିକାରୀ ଓ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ ।

Comments are closed.