ବିଧାନସଭା ନିକଟରେ ପୁଣି ଜଣେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,୧୮ ।୨: ବିଧାନସଭା ନିକଟରେ ପୁଣି ଜଣେ ମହିଳା ଆତ୍ମାହୁତିର ଉଦ୍ୟମ କରିଥିବା ସୂଚନା ମିଳିଛି । ବିଧାନସଭା ନିକଟ ଜୟଦେବ ଭବନ ସାମ୍ନାରେ ମହିଳା ଜଣକ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡିଛି । ଦେହରେ ପେଟ୍ରୋଲ ଢାଳିବା ବେଳେ ତାଙ୍କୁ କାବୁ କରିଥିଲା ପୋଲିସ । ମହିଳା ଜଣକ ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । କିନ୍ତୁ ମହିଳା ଜଣକ କାହିଁକି ଏମିତି କରୁଥିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

ତେବେ କାଲି ମଧ୍ୟ ବିଧାନସଭା ସାମ୍ନାରେ ହଂସପାଳ ଅଞ୍ଚଳର ଜଣେ ବ୍ୟକ୍ତି ଆତ୍ମାହୁତି ଉଦ୍ୟମ କରିଥିଲେ । ପାରିବାରିକ କଳହ ଯୋଗୁଁ ବ୍ୟକ୍ତିଜଣକ ଅଭିଯୋଗ କରିଥିଲେ । ମଞ୍ଜେଶ୍ୱର ଥାନା ଅଭିଯୋଗ ପରେ କେହି ତାଙ୍କ କଥା ଶୁଣୁନଥିଲେ । କିଛି ଶୁଣୁନଥିବା ପ୍ରତିବାଦରେ ଆତ୍ମାହୁତି ଉଦ୍ୟମ କରିଥିଲେ। ପେଟ୍ରୋଲ ଧରି ଆତ୍ମାହୁତି ଉଦ୍ୟମ ବେଳେ ବ୍ୟକ୍ତିଜଣଙ୍କୁ ଉଦ୍ଧାର କରିଥିଲା ପୋଲିସ । ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତି ଫଳ ବ୍ୟବସାୟୀ ହୋଇଥିବା ପରେ ଜଣାପଡିଥିଲା ।

Comments are closed.