ପରୀକୁ ହତ୍ୟା କରିଥିବା ନେଇ ଅଭିଯୁକ୍ତର ସ୍ୱୀକାରୋକ୍ତି

ଭୁବନେଶ୍ୱର,୧୮ ।୨: ନୟାଗଡ ଯଦୁପୁରର ବହୁଚର୍ଚ୍ଚିତ ‘ପରୀ’ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସ୍ୱୀକାରୋକ୍ତି କରିଛି ନାବାଳକ ଅଭିଯୁକ୍ତ । ଦୁଷ୍କର୍ମ ପରେ ତଣ୍ଟି ଚିପି ନାବାଳିକାକୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ୱୀକାର କରିଛି । ଘରେ କେହି ନଥିବା ବେଳେ ଏହି ଘଟଣା ଘଟିଥିବା ଅଭିଯୁକ୍ତ କହିଛି । ପରୀକୁ ତଳେ ପକାଇ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୁକ୍ତ ସ୍ୱୀକାର କରିଛି । ପରୀ ମୃତ୍ୟୁ ପରେ ଅଭିଯୁକ୍ତ ଅଖାରେ ଗୁଡାଇ ଫିଙ୍ଗି ଦେଇଥିଲା । ଝୋଟ ଅଖାରେ ମୃତଦେହ ରଖି ବାରିପଟେ ଥିବା ପୋଖରୀ କୂଳରେ ମୃତଦେହକୁ ହାତରେ ଟେକି ଫିଙ୍ଗିଥିଲା । ହତ୍ୟା ପରେ ଦୁଷ୍କର୍ମ କରିବାକୁ ଚାହୁଁଥିଲା, କିନ୍ତୁ କରିପାରିନଥିଲା । ‘ପରୀ’ର ମୃତ୍ୟୁ ପରେ ଦୁଃଖ ଲାଗିବାରୁ ଆଉ ଦୁଷ୍କର୍ମ କରିନଥିଲା ଅଭିଯୁକ୍ତ ।

ତେବେ ମା’ ଓ ଭଉଣୀ ଘରେ ନଥିବା ବେଳେ ‘ପରୀ’କୁ ହାତ ଠାରି ଡାକିଥିଲା ଅଭିଯୁକ୍ତ । ଦୁଷ୍କର୍ମ କରିବା ଉଦ୍ଦେଶ୍ୟରେ ପରୀକୁ ଡାକିଥିଲା । ପରୀର ମୃତ୍ୟୁ ପରେ ଲେଙ୍ଗିଙ୍ଗସକୁ ଖୋଲିଥିଲା ଅଭିଯୁକ୍ତ । ମୃହଦେହ ଫିଙ୍ଗିବା ପୂର୍ବରୁ ଲେଙ୍ଗିଙ୍ଗସକୁ ପୋଖରୀରେ ଫିଙ୍ଗିଦେଇଥିବା ଅଭିଯୁକ୍ତ କହିଛି । ମୃତଦେହ ଫିଙ୍ଗିବା ପରେ ଗାଧୋଇଥିଲା ଅଭିଯୁକ୍ତ । ପରୀ’ର ମା ପଚାରିବାବେଳେ ଦେଖିନାହିଁ ବୋଲି କହି ଅଭିଯୁକ୍ତ ଫାଙ୍କି ଦେଇଥିଲା ।

Comments are closed.