ରାଜଧାନୀରେ ଚାଷୀଙ୍କ ରେଳରୋକ

ଭୁବନେଶ୍ୱର,୧୮ ।୨: ଭୁବନେଶ୍ୱର ରେଳ ଷ୍ଟେସନରେ ଚାଷୀଙ୍କ ପକ୍ଷରୁ ହୋଇଛି ରେଳରୋକ । ସାରା ଦେଶରେ ୪ ଘଣ୍ଟିଆ ରେଳରୋକ କରୁଛନ୍ତି ଚାଷୀ । କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀମାନେ ରେଳରୋକ କରିଛନ୍ତି ।

ତେବେ ଆଜି ଦିନ ୧୨ଟାରୁ ଦେଶବ୍ୟାପୀ କୃଷକମାନେ ୪ ଘଣ୍ଟିଆ ରେଳରୋକ କରିବେ ବୋଲି କୁହାଯାଇଥିଲା । ଏହି ରେଳରୋକର ଡାକରା ଦେଇଛି ଭାରତୀୟ କିଷାନ ୟୁନିଅନ । ରେଳରୋକ ନେଇ ସୂଚନା ଦେଇଥିଲେ କୃଷକ ନେତା ରାକେଶ ଟିକାଏତ । ରେଳରୋକ ସମୟରେ ଷ୍ଟେସନରେ ଅଟକିଥିବା ଯାତ୍ରୀଙ୍କୁ ଖାଦ୍ୟ ଓ ପାନୀୟ ଦିଆଯିବ । ଯାତ୍ରୀଙ୍କୁ ଚାଷୀଙ୍କ ସମସ୍ୟା ସଂପର୍କରେ ଆନ୍ଦୋଳନକାରୀ ବୁଝାଇବେ ।

Comments are closed.