ଗ୍ରାମର ମାଟି ରାସ୍ତା ମରାମତି କଲେ ସ୍କୁଲ୍ ପିଲା ସହ ସ୍ୱୟଂ ସହାୟକ ଗୋଷ୍ଠୀ

ମାଲକାନଗିରି, ଅପୁର୍ବ ଥଣ୍ଡର : କୋରକୁଣ୍ଡା ବ୍ଲକ୍ ଅନ୍ତର୍ଗତ ପଟ୍ରେଲ୍ ଗ୍ରାମ ପଞ୍ଚାୟତର ଏକ ମଫସଲ ଗାଁ ପାଡାଲପୁଟ l ମାଲକାନଗିରି ବାଲିମେଳା ମୂଖ୍ୟ ସଡକରୁ କେନ୍ଦୁଗୁଡାକୁ ଯାଉଥିବା ପୁର୍ତ୍ତ ବିଭାଗ ସଡକରୁ ଆଗ୍ରୋ ନର୍ସରୀ ଦେଇ ମାଝିଗୁଡାକୁ ସଂଯୋଗ କରୁଥିବା ମାଟି ରାସ୍ତାକୁ ମେଟାଲ୍ କଙ୍କ୍ରିଟ୍ ରୋଡ୍ କିମ୍ବା ପିଚୁ ରୋଡ୍ ରେ ରୂପାନ୍ତରିତ କରିବା ନିମନ୍ତେ ଗ୍ରାମବାସୀ ଅନେକ ଦିନ ଧରି ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେ l ହେଲେ ଗତ ୫ ବର୍ଷ ମଧ୍ୟରେ କୌଣସି ମରାମତି କାର୍ଯ୍ୟ ମଧ୍ୟ ହୋଇପାରିଲା ନାହିଁ l ଏ ବିଷୟରେ ଗ୍ରାମ ସଭାରେ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇ ପାରିଲାନାହିଁ  l ଅନେକ ଥର ଗାଁ ଲୋକ ନିଜସ୍ୱ ସାମୁହିକ ଶ୍ରମଦାନ କରି ପ୍ରତିବର୍ଷ ରାସ୍ତାର ମରାମତି କରିଆସୁଥିଲେ l ତେବେ ସ୍କୁଲ ଖୋଲିବାପରେ ସାଇକେଲ ରେ ଯାଉଥିବା ୨ଜଣ ଛାତ୍ର ରାସ୍ତାରେ ମଟରସାଇକଲ ସହ ମୁହାଁ ମୁହିଁ ହୋଇ ପଡିଯାଇଥିଲେ l ଏହି ଘଟଣା ପରେ ସମସ୍ତ ପିଲାମାନେ କୋଡି କୋଦାଳ ଧରି ରାସ୍ତାର ଖାଲ ଢେପର ମରାମତି କରିବା ଆରମ୍ଭ କରିଥିଲେ l ଏ ବିଷୟ ଜାଣିବା ପରେ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ ମରାମତି କାମରେ ସାହାଯ୍ୟ କରିଥିଲେ l ସେମାନେ ନିଜର କିଛି ସଂଚୟ ଓ କିଛି ଚାନ୍ଦାକରି ରାସ୍ତାଟିର ମରାମତି କାର୍ଯ୍ୟ କରିଥିଲେ l ଏ ନେଇ ଏକ ନିବେଦନ ପତ୍ର ସହ ଫୋଟ ମାଧ୍ୟମରେ ଜିଲ୍ଲାପାଳ ଓ ପୁର୍ତ୍ତ ବିଭାଗକୁ ଅବଗତ କରାଯାଇଥିଲା l

Comments are closed.