ସକାଳ ବ୍ରେକଫାଷ୍ଟ ନକଲେ ହୋଇଥାଏ ଏହି ସମସ୍ୟା !

ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ କାମକୁ ପ୍ରାଧାନ୍ୟ ଦେଉଥିବା ବେଳେ ସକାଳ ବ୍ରେକଫାଷ୍ଟ କୁ ଧ୍ୟାନ ଦିଅନ୍ତି ନାହିଁ ।  ଆଉ କେତେକ ଓଜନ କମେଇବା ପାଇଁ ଜାଣିଶୁଣି ବ୍ରେକଫାଷ୍ଟ କରନ୍ତିନି । ପରନ୍ତୁ ଆପଣ ଜାଣନ୍ତି କି ସକାଳ ବ୍ରେକଫାଷ୍ଟ ନ କଲେ ଶରୀରରେ କି କି କ୍ଷତି ହୋଇଥାଏ ? ତେବେ ଜଣାନ୍ତୁ ଏହି ସମସ୍ୟା ବିଷୟରେ…

– ସକାଳର ବ୍ରେକଫାଷ୍ଟ ନ କରିବାରୁ ଶରୀରର ମେଟାବ୍ଳଜିମ ଧୀର ହୋଇଯାଇଥାଏ ଆଉ ଖାଇବା ସମୟରେ ଆମକୁ ବହୁତ ଜୋର ଭୋକ ଲାଗିଥାଏ । ଏହା ଦ୍ୱାରା ଆମେ ଓଭର ଇଟିଙ୍ଗ କରିଥାଉ ଯାହା ଦ୍ୱାରା ମୋଟାପା ବୃଦ୍ଧି ପାଇଁ ଥାଏ ।

– ପେଟ ରାତି ସାରା ଫାଙ୍କା ରହିଥାଏ ଏହି କାରଣ ଯୋଗୁ ସେଥିରେ ଏସିଡ଼ିଟି ମାତ୍ର ବଢି ଯାଇଥାଏ । ଏଥିପାଇଁ ସକାଳେ କିଛି ନଖାଇଲେ ଏସିଡ଼ିଟି ସମସ୍ୟା ଦେଖା ଦେଇଥାଏ।

– ସକାଳ କିଛି ନ କହିଲେ ଦେହରେ ଥକା ପଣ, ଆଳସ୍ୟ ଆଦି ଦେଖା ଦେଇଥାଏ । ଏହା ଦ୍ୱାରା ଚିଡ-ଚିଡା ପଣ ଦେଖା ଦେଇଥାଏ ।

– ଜଳଖିଆ ନ ଖାଇବା ଦ୍ୱାରା ଆମେ ମାନେ ବହୁତ ସମୟ ଧରି ଖାଲି ପେଟରେ ରହିଥାଉ । ଏହା ଦ୍ୱାରା ଶରୀରରେ ଗ୍ଲୁକୋଜ ଲେବୁଲ ସମାନ ରଖିବା ପାଇଁ କିଛି ହରମୋନ ତ୍ୟାଗ କରିଥାଏ । ଏହା ଦ୍ୱାରା BP ବଢିବା ସହିତ ମିଂରେନର ଆତଙ୍କ ସଙ୍କେତ ମିଳିଥାଏ ।

Comments are closed.