ଏହି ୮ଟି ସ୍ଥାନରେ ଦୀପ ଜଳାଇଲେ ପଡେ ମାଲକ୍ଷ୍ମୀଙ୍କ କୃପା

ଆପଣମାନେ ଦିନରେ ଯାହା ବି କାମ କରନ୍ତି ତାର କିଛି ନ କିଛି କାରଣ ନିହାତି ଥାଏ । ସେହିପରି କେଉଁ ଜାଗାରେ ଦୀପ ଜଳାଇଲେ କଣ ଫାଇଦା ହୁଏ ଏହା ବହୁ ଆଗରୁ ପୂର୍ବ ପୁରୁଷମାନେ କହିଯାଇଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଦିଗରେ ଦୀପ ଜାଳିଲେ ମା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ପଡିଥାଏ …

– ଘର ସାମନାରେ ଚଉରା ମୂଳରେ ଦୀପ ଜଳାଇବା ଆବଶ୍ୟକ, ଏହାଦ୍ୱାରା ଆପଣଙ୍କ ପଇସା ପତ୍ର ନେଇ ଥିବା ସମସ୍ତ ସମସ୍ୟା ଦୂର ହେଇଥାଏ ।

–  ରାତି ସମୟରେ କୌଣସି ମସାଣି କିମ୍ବା ଜନଶୂନ୍ୟ ଥିବା ମନ୍ଦିରରେ ଦୀପ ଜଳାଇବା ଉଚିତ ।

– ଘର ଅଗଣାରେ ଦୀପ ଜଳାଇବା ମଧ୍ୟ ସୁଫଳ ମିଳିଥାଏ ।

– ଆପଣଙ୍କ ଘର ପାଖରେ ଥିବା ଅସ୍ତ ବୃକ୍ଷ ମୂଳରେ ଦୀପ ଜଳାଇବା ଉଚିତ, କିନ୍ତୁ ଧ୍ୟାନ ରଖିବେ ଦୀପ ଜଳାଇବା ପରେ ପଛକୁ ବୁଲି ଅନେଇବେନି ।

– ଆପଣଙ୍କ ଘରର ମୁଖ୍ୟ ଦୁଆରବନ୍ଧ ବାହାର ପାର୍ଶ୍ଵର ଦୁଇ ପଟେ ଦୀପ ଜଳାଇବା ଦ୍ୱାରା ଆପଣକୁ ଧନ ପ୍ରାପ୍ତି ହୋଇଥାଏ ।

–  ବେଲ ଗଛ ମୂଳରେ ତେଲ ଦୀପ ଜଳାଇବା ଦ୍ୱାରା ମହାଦେବଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ।

– ଘର ପାଖରେ ଯେ କୌଣସି ମନ୍ଦିରରେ ଦୀପ ଜଳାଇବା ଉଚିତ ।

– ଘରେ ଯେଉଁ ସ୍ଥାନରେ ମା ଲକ୍ଷ୍ମୀଙ୍କ ପୂଜା କରାଯାଏ, ସେହିସ୍ଥାନରେ ଦୀପ ଜଳାଇବା ଉଚିତ ଏବଂ ଏହି ଦୀପ ରାତିସାରା ଜାଳିବା ଉଚିତ ।

Comments are closed.