ଫ୍ୟାନରେ ଝୁଲି ଯୁବତୀଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ନିରାକାରପୁର ପଞ୍ଚାୟତ ଡାକଘର ପଛପଟ ଏକ ଭଡ଼ାଘରୁ ଫ୍ୟାନ୍‌ରେ ଝୁଲୁଥିବା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀ ଜଣକ ହେଉଛନ୍ତି ନୟାଗଡ ଜିଲ୍ଲା ସାଲାପାଟା ଗ୍ରାମର ମଧୁସ୍ମିତା ନାୟକ । ଏହା ସହ ସେ ସ୍ଥାନୀୟ ରାମ ମନ୍ଦିର ନିକଟରେ ଥିବା ଭାରତ ଫାଇନାନ୍ସ କମ୍ପାନୀର ଫିଲ୍ଡ ଷ୍ଟାଫ ଭାବେ କାର୍ଯ୍ୟ କରୁଥିଲେ । ପରେ ନିରାକାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଦେଇଛି ।

Comments are closed.