ଉଦ୍‌ଘାଟିତ ହେଲା ଭୁବନେଶ୍ୱର ନ୍ୟୁ ରେଳ ଷ୍ଟେସନ

ଭୁବନେଶ୍ୱରରେ ପ୍ରସ୍ତୁତ ହୋଇଥିବା ନ୍ୟୁ ରେଳଷ୍ଟେସନର ଆଜି ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ । ୨୦୧୨ରେ ଆରମ୍ଭ ହୋଇଥିବା ଏହି ଷ୍ଟେସନରେ ସର୍ବମୋଟ ୨୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାର ସୂଚନା ମିଳିଛି । ନ୍ୟୁ ଭୁବନେଶ୍ୱର ଷ୍ଟେସନର ୬ଟି ପ୍ଳାଟଫର୍ମ ରହିବା ସହିତ ଏକକାଳୀନ ଟ୍ରେନ୍ ରହଣି ପାଇଁ ମଧ୍ୟ ବନ୍ଦୋବସ୍ତ ରହିଛିି । ଏଥିସହ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଖୋର୍ଦ୍ଧାଠାରେ ଥେିବା ମେମୁସେଡ଼୍, ଭୁବନେଶ୍ୱର ଷ୍ଟେସନରେ ନୂଆ ଫୁଟ୍ ଓଭରବ୍ରିଜ, ରଥଯାତ୍ରା ପାଇଁ ମୋବାଇଲ ଆପ୍ ଆଦିକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି।

Comments are closed.