ଦାନ୍ତ ମାଧ୍ୟମରେ ଜାଣନ୍ତୁ ଆପଣଙ୍କର ବ୍ୟକ୍ତିତ୍ୱ

କଥାଟି ଶୁଣି ଆଶ୍ଟର୍ଯ୍ୟ ହୁଅନ୍ତୁ ନାହିଁ । ଦାନ୍ତ ମାଧ୍ୟମରେ ବି ଆପଣ ନିଜ ବ୍ୟକ୍ତିତ୍ୱ ଅତି ସହଜରେ ଜାଣି ପାରିବେ । ଜ୍ୟୋତିଷ ଶାସ୍ତ୍ରରେ ଲିଖିତ ସମୁଦ୍ର ଶାସ୍ତ୍ରରେ ଏହା ବିଷୟରେ ବର୍ଣ୍ଣନା କରାଯାଇଛି । ଏହା ଏକ ଏପରି ବିଦ୍ୟା, ଯାହାଦ୍ୱାରା ମଣିଷ ଶରୀରର ଅଙ୍ଗଗୁଡ଼ିକର ଗଠନକୁ ଦେଖି  ତା’ର ସ୍ୱଭାବ ଓ ଆଚରଣ ବିଷୟରେ କୁହାଯାଇଥାଏ । ଏହି ଶାସ୍ତ୍ରରେ ମଣିଷ ଦାନ୍ତରୁ ମଧ୍ୟ ତା’ର ସ୍ୱଭାବ ବିଷୟରେ ଅନେକ କିଛି ଜାଣିହେବ । ତେବେ ଆସନ୍ତୁ ଜାଣିବା ଦାନ୍ତ ଗଠନକୁ ନେଇ କେମିତି ହୋଇଥାଏ ମଣିଷ ବ୍ୟକ୍ତିତ୍ୱ ।

– ଯେଉଁ ବ୍ୟକ୍ତିଙ୍କର ଦାନ୍ତ ଧଳା ଓ ସୁନ୍ଦର ହୋଇଥାଏ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏଭଳି ଲୋକ ସମସ୍ତଙ୍କ ସହ ବହୁତ ଶୀଘ୍ର ମିଶିଯାଆନ୍ତି ଓ ଏମାନେ ଅତି ସହଜରେ ସମସ୍ତଙ୍କ ଉପରେ ଭରସା କରିନିଅନ୍ତି । ସେଥିପାଇଁ ଏମାନଙ୍କୁ ଅନେକଥର ବିଶ୍ୱାସଘାତକତାର ସମ୍ମୁଖିନ ହେବାକୁ ପଡ଼େ ।

– ଯେଉଁମାନଙ୍କ ଦାନ୍ତ ଭିତରେ ଫାଙ୍କ ରହିଥାଏ, ସେମାନେ କେବଳ ଅନ୍ୟ ଟଙ୍କାରେ ବଞ୍ଚିବାକୁ ଭଲପାଆନ୍ତି । ଅର୍ଥାତ ଏମାନେ କାମ କରି ରୋଜଗାର କରିବାକୁ ଭଲପାଆନ୍ତି ନାହିଁ । ଏମାନେ ପୈତୃକ ସମ୍ପତ୍ତି ଉପରେ ନିର୍ଭର କରି ରହିବା ସହିତ ଅଯଥା ଖର୍ଚ୍ଚ କରିଥାନ୍ତି ।

–  ଯେଉଁ ସ୍ତ୍ରୀଲୋକଙ୍କ ଦାନ୍ତ ଟିକେ ବାହାରକୁ ବହାରିଥାଏ, ସେମାନେ ଭାବପ୍ରବଣ ହୋଇଥାନ୍ତି । ଯେମିତି ବି ହେଉ ନିଜ କଥାକୁ ରଖିବା ପାଇଁ ସମସ୍ତଙ୍କୁ ରାଜି କରେଇ ନିଅନ୍ତି। ଏଥିପାଇଁ ଏମାନଙ୍କର ନିଜ ପରିବାର ସହ ଭଲ ପଡ଼େନାହିଁ । କିନ୍ତୁ ଏମାନଙ୍କ ମନ ଓ ହୃଦୟ ବହୁତ ସଫା ଥାଏ, ତେଣୁ ଏମାନଙ୍କୁ ଲୋକେ ସମ୍ମାନ ଦେଇଥାନ୍ତି । ଏମାନେ କେବେ ହସ ମୁଡ୍‌ରେ ତ କେବେ ରାଗ ମୁଡ୍‌ରେ ରୁହନ୍ତି ।

– ଯେଉଁମାନଙ୍କ ଦାନ୍ତ ସିଧା ଓ ଗୋଟିଏ ଲାଇନରେ ଥାଏ ସେମାନେ ବହୁତ ଧନବାନ ହେବା ସହ ଚାକିରି କରିବା ପସନ୍ଦ କରନ୍ତି ନାହିଁ । ଏମାନେ ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିବାକୁ ଭଲପାଆନ୍ତି ଓ ଦେଖାଇ ହେବାର ସ୍ୱଭାବ ମଧ୍ୟ ନଥାଏ ।

– ଯେଉଁମାନଙ୍କ ଦାନ୍ତ କଳା ଓ ବଙ୍କା ତେଡ଼ା ହୋଇଥାଏ, କେବଳ ନିଜ କଥା ଭାବିଥାନ୍ତି । ଏମାନେ ସେମିତି ସାଙ୍ଗ କରନ୍ତି, ଯେଉଁମାନେ ତାଙ୍କ କାମରେ ଆସିବେ ଓ ନିଜର ଉଦ୍ଦେଶ୍ୟ ପୂରଣ ହୋଇଗଲେ ସେହି ସାଙ୍ଗମାନଙ୍କୁ ଛାଡ଼ିଦିଅନ୍ତି। ଏମାନେ ବହୁତ ଲୋଭି ହୋଇଥାନ୍ତି ।

– ଯେଉଁମାନଙ୍କ ଦାନ୍ତ ହଳଦିଆ କିମ୍ବା ହାଲକା ଲାଲ୍ ରଙ୍ଗର ହୋଇଥାଏ, ସେମାନେ ସବୁବେଳେ ଖୁସିରେ ରୁହନ୍ତି । ଏମାନଙ୍କ ଉପରେ ଭରସା କରିହେବ । ଏମାନେ ସମସ୍ତଙ୍କୁ ହସାଇବାକୁ ଭଲପାଆନ୍ତି ।

–  ଯେଉଁମାନଙ୍କ ଦାନ୍ତ ହାଲକା କଳା, ସେମାନେ ବହୁତ ଚାଲାଖ ହୋଇଥାନ୍ତି । ନିଜ କାମ ବଡ଼ ଚତୁରତାର ସହ ଆଦାୟ କରିବା ସହ ସବୁବେଳେ କଳି ଝଗଡ଼ା କରିଥାନ୍ତି । ଏମାନେ ଦେଖିବାକୁ ଶାନ୍ତ ଓ ନମ୍ର କିନ୍ତୁ ଭିତରୁ ବହୁତ ସ୍ୱାର୍ଥୀ ହୋଇଥାନ୍ତି ।

Comments are closed.